କୁମୋଦିନୀ ବେହେରା ସ୍ମାରକୀ କ୍ରିକେଟ ପ୍ରତଯୋଗିତା : ଫାଇନାଲରେ ବ୍ଲୁ ଡାଇମଣ୍ଡ ୨ ଦଳ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ମିନି ଷ୍ଟାଡିୟମରେ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ପ୍ରଥମ କୁମୋଦିନୀ ବେହେରା ସ୍ମାରକୀ କ୍ରିକେଟ ପ୍ରତିଯୋଗିତାରେ ବ୍ଲୁ ଡାଇମଣ୍ଡ ୨ ଦଳ ଆଜି ଅନୁଷ୍ଠିତ ସେମିଫଇନାଲରେ ବିଜୟୀ ହୋଇ ପ୍ରତିଯଗିତାର ପ୍ରଥମ ଦଳ ଭାବରେ ଫାଇନାଲକୁ ପ୍ରବେଶ କରିଛି । ଆଜି ପ୍ରଥମ ମ୍ୟାଚରେ ଡି.ସି.ସି. ଲରମ୍ଭା ଦଳ ପ୍ରଥମେ ବ୍ୟାଟିଂ କରି ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଜୟର ସମ୍ମୁଖୀନ ହୋଇଥିଲା । ଦଳର ପୁରୁଖା ଖେଳାଳି ସୁବ୍ରତ ଭୋଇ ବ୍ୟାଟିଙ୍ଗ୍‌ କରି ୫୩ ରନ କରିଥିଲେ । ଅନ୍ୟ ଜଣେ ବି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଦଳ ୧୧.୨ ଓଭରରେ ମାତ୍ର ୮୬ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ପ୍ରତିପକ୍ଷ ବରଗଡ଼ ଡେମ କଲୋନୀ ପକ୍ଷରୁ ହର ମେହେର ୧୭/୪, ସତ୍ୟ ରଞ୍ଜନ ମିର୍ଦ୍ଧା ୩/୨, କିଶୋର ମହାପାତ୍ର ୨୭/୨, ହନୁ ମନ୍ତ ଦୀପ ୨୦/୧, ଅରୂପ ମହୋତୋ ୧୯/୧ ୱିକେଟ୍ ନେଇଥିଲେ । ଜବାବରେ ଡେମ କଲୋନୀ ଦଳ ମାତ୍ର ୧୪ ଓଭର ଖେଳି ଚନ୍ଦ୍ର ଶେଖରଙ୍କ ୨୪ ରନ, ଅମରନାଥ ୨୯ ରନ, ଅରୂପ ମହୋତୋ ୧୧ ରନ ଫଳରେ ୮୭/୮ କରି ମ୍ୟାଚକୁ ୨ ୱିକେଟରେ ଜିତି ଥିଲେ । ମ୍ୟାଚକୁ ୱିଲସନ ସିଂ ଓ ପ୍ରୟାସ ବଗାର ପରିଚାଳନା କରିଥିଲେ । ସ୍କୋର ର ଥିଲେ ଅଶୋକ ସାହୁ । ଆଜି ଦ୍ୱିତୀୟ ମ୍ୟାଚରେ ବରଗଡ଼ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ – ୨ ପଦ୍ମପୁର ବୋରାସମ୍ବର କ୍ରିକେଟ କ୍ଲବକୁ ୭ ୱିକେଟରେ ହରାଇ ପ୍ରଥମ ଦଳ ଭାବରେ ଫାଇନାଲକୁ ପ୍ରବେଶ କରିଛି । ପଦ୍ମପୁର ଦଳ ପ୍ରଥମେ ବ୍ୟାଟିଂ କରି ୧୯.୩ ସମସ୍ତ ଖେଳାଳି ଆଉଟ୍ ହୋଇ ୧୪୫ ରନ କରିଥିଲେ । ଦଳ ପକ୍ଷରୁ ବିକାଶ କୁମାର ୧୫ରନ, ଅମନ ୪୫ରନ, ଦୀପକ ଜୟପୁରିଆ ୩୩ରନ, ଦିବ୍ୟ କୁମାର ୧୧, ଆଶିଷ ସିଂ ୧୨ ରନ କରିଥିଲେ । ବ୍ଲୁ ଡାଇମଣ୍ଡ ପକ୍ଷରୁ ଶ୍ରୀକାନ୍ତ ପ୍ରଧାନ ୧୦/୪, ଶେଖ୍ ମୋଇନୁଦ୍ଦିନ ୨୭/୩, ସଂକଳ୍ପ ରାଉତ ୩୦/୧, ଆଜାଦ ପ୍ରଧାନ ୧୫/୧, ପ୍ରଶାନ୍ତ ପାଇକରାୟ ୨୭/୧ ୱିକେଟ୍ ନେଇଥିଲେ । ଜବାବରେ ପ୍ରଧାନ ଙ୍କ ୩୮ ରନ, ଆର୍ୟମାନ ମିଶ୍ରଙ୍କ ୪୪ ରନ, ଆଜାଦ ପ୍ରଧାନଙ୍କ ୫୭ ରନ ଫଳରେ ୩ ୱିକେଟ ବିନିମୟରେ ୧୪୮ ରନ କରି ମ୍ୟାଚକୁ ୭ ୱିକେଟରେ ଜିତି ନେଇଥିଲେ । ପ୍ରତିପକ୍ଷ ବୋରାସମ୍ବର ଦଳ ପକ୍ଷରୁ ଦୀପକ ଜୟପୁରିଆ ୨୯/୨, ଆଲୋକ ୨୩/୧ ୱିକେଟ ନେଇଥିଲେ । ମ୍ୟାନ ଅଫ ଦି ମ୍ୟାଚ୍ ଥିଲେ ଆଜାଦ ପ୍ରଧାନ । ମ୍ୟାଚକୁ ଅକ୍ଷୟ ସାହାଣୀ ଓ ସୁରେଶ ଦାଶ ପରିଚାଳନା କରିଥିଲେ । ସ୍କୋରର୍ ଥିଲେ ମନୋଜ ପାତ୍ର । ଆସନ୍ତା କାଲି ବରଗଡ଼ ଡେମ କଲୋନୀ ଓ ବରଗଡ଼ ବ୍ଲୁ ଡାଏମଣ୍ଡ -୧ ଦଳ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ଅନୁଷ୍ଠିତ ହେବ, ସେଥିରେ ଯିଏ ଜିତିବ ଆସନ୍ତା ୨୧ ତାରିଖ ଫାଇନାଲ ଖେଳରେ ବରଗଡ଼ ବ୍ଲୁ ଡାଏମଣ୍ଡ -୨ ଦଳକୁ ଭେଟିବ ।

Leave A Reply

Your email address will not be published.

error: Content is protected !!