jayashree

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସଇଁତଲା ଥାନା ଲାଚୁଟ ଠାରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବଲାଙ୍ଗିର ଖଇରାପଡାର ଅମିତ ସାହୁଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଅମିତ ତାଙ୍କ ସାଙ୍ଗମାନଙ୍କ ସହ ଛନଛଡ଼ା ଗ୍ରାମରେ ଚାଲୁଥିବା ଉମାକାନ୍ତ ବାରିକଙ୍କ ଅର୍କିଷ୍ଟା ପ୍ରୋଗ୍ରାମକୁ ଯାଉଥିଲେ । ଯାହା ଫଳରେ ଲାଚୁଟ ଠାରେ ବାଇକକୁ ବାଇକ ଧକ୍କା ହୋଇଥିଲା । ଫଳରେ ଅମିତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.