jayashree

ଛନଛଡା ଗାଁରେ ନୂଆଁଖାଇ ଭେଟଘାଟ

ସଇଁତଲା, (ଖୁସିରାଣୀ ସାହୁ) : ଛନଛଡା ଗାଁରେ ନୂଆଁଖାଇ ଭେଟଘାଟ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଲା ବ୍ଲକ୍ ଛନଛଡା ଗାଁରେ ନୂଆଁଖାଇ ଭେଟଘାଟ ବଡ଼ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଅଧ୍ୟକ୍ଷତାରେ ଅତିଥି ଭାବରେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ମନମୋହନ ସାମଲ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବିଧାୟକ ଲକ୍ଷ୍ମଣ ବାଗ, ବିଧାୟକ ଜୟ ଢୋଲକିଆ, ସୁଧୀର ରଞ୍ଜନ ପାଟ୍ଟଯୋଶୀ, ରଘୁନାଥ ଜଗଦଲା, ବିଜେପି ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ଶିବାଜୀ ମହାନ୍ତି, ତୁଷୁରା ଚେୟାରମେନ ଅଜୟ ଜେଶ୍ୱାଲ, ମମତା ଜୈନ, ସଂଯୁକ୍ତା ନାଏକ ପ୍ରମୁଖ ଅତିଥି ଭାବରେ ମଞ୍ଚରେ ମଞ୍ଚାସିନ ଥିଲେ । ପରେ ପରେ ପଶ୍ଚିମ ଓଡ଼ିଶା ତଥା ରାଜ୍ୟର ସୁନାମଧନ୍ୟ ଲୋକ ପ୍ରିୟ କଳାକାର ଉମାକାନ୍ତ ବାରିକଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦର୍ଶକଙ୍କ ଖଚାଖଚ ଭିଡ଼ ହୋଇଥିଲା ।

Leave A Reply

Your email address will not be published.