jayashree

୯ ଦିନିଆ ଜାତୀୟ ନାଟ୍ୟ ମହତ୍ସୋବର ୬ଷ୍ଠ ସନ୍ଧ୍ୟା

  • ଦର୍ଶକଙ୍କୁ ବିମୋହିତ କଲା ସମ୍ବଲପୁରର ନାଟକ “ଅନନ୍ୟ” ଓ ମିଦିନାପୁରର “ଓରେ ବିହଙ୍ଗ”

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହିଦ ସ୍ମୃତି ଭବନରେ ବାରିପଦା ଆନୁକୂଲ୍ୟରେ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୬ଷ୍ଠ ସନ୍ଧ୍ୟାରେ ୧ମ ନାଟକ କ ଖ ଗ, ସମ୍ବଲପୁର ପ୍ରଯୋଜିତ ନାଟକ “ଅନନ୍ୟ” ମଞ୍ଚସ୍ଥ ହୋଇଥିଲା । ବ୍ରଜେନ୍ଦ୍ର ନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ସୌମେନ୍ଦ୍ର ପୂଜାରୀ, ମିନାକ୍ଷୀ ସୁପକାର ଓ ମନୋଜ ବେହେରା ଅଭିନୟ କରିଥିବା ବେଳେ ଆଲୋକରେ ସିଦ୍ଧାର୍ଥ ହୋତା, ସଂଗୀତରେ ବ୍ରଜେନ୍ଦ୍ର ନାୟକ ଓ ମଞ୍ଚ ସଜ୍ଜାରେ ସଞ୍ଜୟ ମିଶ୍ର ସହଯୋଗ କରିଥିଲେ । ସରଭୁଜ, ମିଦିନାପୁର ପ୍ରଯୋଜିତ ଏବଂ ବାଦଲ ସରକାରଙ୍କ ରଚିତ ଓ ଅନିର୍ବାଣ ଅନୁରଣ ନିର୍ଦ୍ଦେଶିତ ୨ୟ ନାଟକ “ଓରେ ବିହଙ୍ଗ” ରେ ସାୟନ୍ତୀ ଘଟକ, ବିପାଶା ଦାସ, ସୁପ୍ରିୟ ସୁର, ଫୋତିକ ମିଦ୍ଦା, ପିୟୁଷ ରୟ, ସାୟନ ରଙ୍ଗ, ରୋହନ ପାତ୍ର, ନନ୍ଦିତା ଦେ, ଅଭିଜିତ ଦତ୍ତ, ତାରାଶଙ୍କର ଖାରା ଓ ଦେବଞ୍ଜନ ମଣ୍ଡଳ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ବେଳେ ଶବ୍ଦରେ ରିଶବ ବେରା ଓ ଆଲୋକରେ ଧନପତି ମଣ୍ଡଳ ସହଯୋଗ କରିଥିଲେ । ଉଭୟ ନାଟକ ଦର୍ଶକଙ୍କୁ ବିମୋହିତ କରିଥିଲା । ଆୟୋଜନ କମିଟିର ସଭାପତି ଡା. କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷା ଜୟଶ୍ରୀ ନନ୍ଦ, ଏମ ପି ସି ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡ. ଝରଣା ବେହେରା, ବାର ଏସୋସିଏସନ, ବାରିପଦାର ସଭାପତି ଜ୍ୟୋତି ପ୍ରକାଶ ରଥ, ଆଇନଜୀବୀ ସୁଜାତା ମିଶ୍ର, ସମାଜସେବୀ କାଶୀନାଥ ରଣା ପ୍ରମୁଖ ଅତିଥି ଭାବେ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହ ମହତ୍ସୋବର ସଫଳତା କାମନା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ, ନୃତ୍ୟ, ମ୍ୟୁଜିକ୍‌ ଚେୟାର, ଏଙ୍କରିଙ୍ଗ, ଏକକ ଅଭିନୟ, ମୁକ ଅଭିନୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କାଶୀନାଥ ରଣା, ଭାନୁମିତ୍ର ଆଚାର୍ଯ୍ୟ, ଆଶିଷ ବସା, ସୋମନାଥ ସିଂହ, ପ୍ରବୀର ବେହେରାଙ୍କୁ ମୟୂରଭଞ୍ଜ ମହାସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଶିଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ତଥା କମିଟିର ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ସୋମବାର ଦିନ ନିପା ରଙ୍ଗ ମଣ୍ଡଳୀ, ଲକ୍ଷ୍ନୌ ପ୍ରଯୋଜିତ “ଶିକସ୍ତା” ଓ ଯୁଗେଚ୍ଛା, ବାରିପଦା ପ୍ରଯୋଜିତ “ଶେଷରେ ଧରମା କହିଲା” ନାଟକ ପରିବେଷିତ ହେବବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି ।

Leave A Reply

Your email address will not be published.