
- କଟକ ଦଳର ବିପୁଳ ବିଜୟ; ଗଞ୍ଜାମ ଓ ନୟାଗଡ଼ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅମୀମାଂସିତ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ଓଡିଶା ଫୁଟବଲ ଆସୋସିଏସନ, କ୍ରୀଡ଼ା ଯୁବ ବ୍ୟାପାର ଓଡ଼ିଶା ସରକାର ଓ ସୁବର୍ଣ୍ଣପୁର ଡିଷ୍ଟ୍ରିକ ଏଥେଲେଟିକ୍ସ ଏସୋସିଏସନ୍ ର ମିଳିତ ସହଯୋଗରେ ଅନୁଷ୍ଠିତ ୬୫ତମ ସାହାଣୀ କପ୍ ଫୁଟବଲ ଲିଗ୍ ପଞ୍ଚମ ଦିବସର ପ୍ରଥମ ମ୍ୟାଚ୍ କଟକ ଓ ପୁରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଟକ ଦଳ ୧୩ -୦ ଗୋଲରେ ବିଜୟୀ ହୋଇଥିବା ବେଳେ ହାଟ୍ରିକ ଗୋଲ ସ୍କୋର କରିଥିବା ୧୦ନମ୍ବର ଜର୍ସି ଦୀନବନ୍ଧୁ ଦାସ (କଟକ)ମେନ୍ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ସେହିପରି କଟକର ୧୯ ନମ୍ୱର ଜର୍ସି ପିଣ୍ଟୁ ଶାନ୍ତା ମଧ୍ୟ ହାଟ୍ରିକ ଗୋଲ ସ୍କୋର କରିଥିଲେ । ଏହି ଖେଳକୁ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା, ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସୋନପୁର ଶାଖାର ଚିଫ୍ ମ୍ୟାନେଜର ଲକ୍ଷ୍ମଣ ମାଝୀ, ଦିଲ୍ଲୀ ବିଜୟା ବ୍ୟାଙ୍କ ପ୍ରାକ୍ତନ ଏଜିଏମ ପିତାମ୍ବର ସାମନ୍ତରାୟ ଯୋଗଦେଇ ଖେଳ ଉଦଘାଟନ କରିଥିଲେ । ଫାଓର ଅଶ୍ୱିନୀ କୁମାର ସାହୁ ମୁଖ୍ୟ ରେଫରୀ ଓ ନିତେଶ ମାଝୀ, ଅନିଲ୍ ଭୋଇ, ସୁମିତ ମହାଲିଙ୍ଗ ଖେଳ ପରିଚାଳନା କରିଥିଲେ । ମ୍ୟାଚ କମିଶନର ଭାବେ ନବୀନ ନାଏକ ଖେଳ ପରିଚାଳନା କରିଥିଲେ । ଫାଓର ଅଫିସିଆଲ୍ ଭାବରେ ଅମରେନ୍ଦ୍ର ସିଂ ଓ ରମେଶ ଚନ୍ଦ୍ର ମଲ୍ଲିକ ଷ୍ଟାଡିୟମରେ ଉପସ୍ଥିତ ରହି ନିଜ ଦାୟିତ୍ଵ ବହନ କରିଥିଲେ । କଟକ ଦଳର ୧୮ ନମ୍ବର ଜାର୍ସି ବିଜୟ ବେହେରା ୬ ମିନିଟ, ୧୩ ନମ୍ବର ଜର୍ସି ବାବୁଲୁ ସିଂ ୮୯ ମିନିଟ ଓ ୮ ନମ୍ବର ଜର୍ସି କ୍ରିଷ୍ଣା ବେହେରା ଗୋଟାଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ୭ ନମ୍ବର ଜାରସି ଗଣେଶ ସେଠୀ ଦୁଇଟି ଗୋଲ ସ୍କୋର କରିଥିଲେ । ସେହିପରି ଗଞ୍ଜାମ ଓ ନୟାଗଡ଼ ଦଳର ଆଜିର ଦ୍ୱିତୀୟ ମ୍ୟାଚ୍ ଅମୀମାଂସିତ ରହିଥିଲା ଉଭୟ ଦଳକୁ ଗୋଟାଏ ଲେଖାଏଁ ପଏଣ୍ଟ ଦିଆଯାଇଛି । ଉକ୍ତ ମ୍ୟାଚ୍କୁ ଜିତେନ୍ଦ୍ର ଥନାପତି, ରତ୍ନାକର ସୋରେନ୍, ଧନେଶ୍ୱର ସର୍ଦ୍ଦାର, ଚତୁର୍ଥ ରେଫରୀ ଭାବେ ସୁମିତ୍ ମହାଲିଙ୍ଗ ମ୍ୟାଚ୍ ପରିଚାଳନା କରିଥିଲେ । ଏହି ମ୍ୟାଚ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ନୟାଗଡ଼ ଦଳର ଗୋଲ କିପର ଅନୁପମ ବରାଡ଼ ପୁରଷ୍କୃତ ହୋଇଥିଲେ । ସଭାକୁ କ୍ରୀଡ଼ା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ, ସଞ୍ଜୟ ସାହୁ ଓ ଦିଗାମ୍ବର ଶତପଥୀ ଖେଳର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ବିକାଶ ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କ୍ରୀଡା ସଂଘର ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ ।