jayashree

ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ, ବଲାଙ୍ଗିର ଶାଖା ତରଫରୁ ୨ହଜାରୁ ଅଧିକ ୟୁପିଆଇ ଲେଣଦେଣ ୦.୦୪% ଏମ୍‌ଡିଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ବଲାଙ୍ଗିର ଶାଖା ତରଫରୁ ୨ହଜାରରୁ ଅଧିକ ୟୁପିଆଇ ଲେଣଦେଣ ୦.୪% ଏମ୍‌ଡିଆର କେନ୍ଦ୍ର ସରକାର ଲାଗୁ କରିବା ବିରୁଦ୍ଧରେ ଏବଂ ଏହାର ପ୍ରତ୍ୟାହାର ଦାବିରେ ବଲାଙ୍ଗିର ଶାଖା ସଭାପତି ପ୍ରକାଶ ନେପାକ, ଉପସଭାପତି ବିକାଶ ଅଗ୍ରୱାଲ, ସମ୍ପାଦକ ରାଜୀବ ଗୋୟଲ, କୋଷାଧ୍ୟକ୍ଷ ନରସିଂହ ଅଗ୍ରୱାଲ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ରିଙ୍କୁ ପାତ୍ର ଏବଂ ରବି ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ତରଫରୁ ଏଡିଏମ୍‌ ବିଜୟାନନ୍ଦ ସେଠି ସ୍ମାରକପତ୍ର ଗ୍ରହଣ କରିଥିଲେ । ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ସୂଚନା ଦେଇଛି ଯେ, ୟୁପିଆଇ ଦେଶର ଡଜିଟାଲ ପେମେଣ୍ଟ ବ୍ୟବସ୍ଥାର ଏକ ମୁଖ୍ୟ ଆଧାର ହୋଇପାରିଛି । ଛୋଟ ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ, ହୋଟେଲ, ରେଷ୍ଟ୍ରୁରାଣ୍ଟ, ଔଷଧ ଦୋକାନ, ହାର୍ଡୱେର ବ୍ୟବସାୟୀ, ସେବା ପ୍ରଦାନକାରୀ ଓ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀମାନେ ୟୁପିଆଇ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ । ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘର ମତରେ, ଅତିରିକ୍ତ ଏମ୍‌ଡିଆର ଲାଗୁ ହେଲେ କମ୍‌ ଲାଭରେ ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀ ଓ ଏମ୍‌ଏସ୍‌ଆଇ ମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପଡିବ । ଏହା ଡିଜିଟାଲ ପେମେଣ୍ଟକୁ ମଧ୍ୟ ନିରୁତ୍ସାହିତ କରିପାରେ । ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ବଲାଙ୍ଗିର ଶାଖା ଆହୁରି କହିଛି ଯେ, ୨ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ ହେଲେ ତାହାକୁ କେବଳ ବଡ ବ୍ୟବସାୟିକ କାରବାର ଭାବେ ଦେଖାଯାଇ ପାରିବ ନାହିଁ । ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ, ଔଷଧ, ହୋଟେଲ, ରେଷ୍ଟ୍ରୁରାଣ୍ଟ, ଇଲେକ୍ଟ୍ରିକାଲ ସାମଗ୍ରୀ ଓ ଅନ୍ୟାନ୍ୟ ସାଧାରଣ କ୍ରୟରେ ମଧ୍ୟ ୨ହଜାରରୁ ଅଧିକ ୟୁପିଆଇ ପେମେଣ୍ଟ ହୋଇଥାଏ । ଏହି ପରିପ୍ରେକ୍ଷୀରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ବଲାଙ୍ଗିର ଶାଖା କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବିତ ୦.୦୪% ଏମ୍‌ଡିଆର ପ୍ରତ୍ୟାହାର କରିବା, ଛୋଟ ବ୍ୟବସାୟୀ ଓ ଏମ୍‌ଏସ୍‌ଏମ୍‌ଇ ପାଇଁ ୟୁପିଆଇ ଲେଣଦେଖକୁ ଶୂନ୍ୟ ଏମ୍‌ଡିଆର ବ୍ୟବସ୍ଥାରେ ରଖିବା ଏବଂ ନୂତନ ଚାର୍ଜ ଲାଗୁ ପୂର୍ବରୁ ବ୍ୟବସାୟୀୀ ସଂଗଠନ ସହ ପରାମର୍ଶ କରିବାକୁ ଦାବି କରିଛି ।

Leave A Reply

Your email address will not be published.