jayashree

ଆଇନ ମହାବିଦ୍ୟାଳୟରେ ବିଶ୍ୱ ଶାନ୍ତି ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତାରେ ଓ ଯୁବ ରେଡକ୍ରସ୍ ସଂଯୋଜକ ଡକ୍ଟର ତନ୍ମୟ ରାଜ ପାଢ଼ୀଙ୍କ ତତ୍ୱାବଧାନରେ “ବିଶ୍ୱ ଶାନ୍ତି ଦିବସ” ପାଳିତ ହୋଇଯାଇଛି । ଅଧକ୍ଷା ଡ. ମହାନ୍ତି ତାଙ୍କ ଭାଷଣରେ କହିଥିଲେ ଯେ, ୧୯୮୧ ମସିହା ସେପ୍ଟେମ୍ବର ୨୧ ତାରିଖରେ ଜାତିସଙ୍ଘର ସାଧାରଣ ପରିଷଦରେ ପାରିତ ହୋଇ, ଏହି ଦିବସକୁ ବିଶ୍ଵବ୍ୟାପି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦିବସଟି ଶାନ୍ତି, ମୈତ୍ରୀ ଓ ଅହିଂସା ଉପରେ ଆଧାରିତ ଏବଂ ଏଥିରେ ନାଗରିକ ସମ୍ମାନ, ଅଧିକାର ଏବଂ ବାର୍ତ୍ତା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କରିବାର ମୂଳ ଲକ୍ଷ୍ୟ ଥିଲା । ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଚଳଚିତ୍ର ଆର୍ଟିକଲ ୩୭୦ ପଦର୍ଶିତ କରାଯାଇଥିଲା । ଶାନ୍ତି ପାଇଁ ଯୁଦ୍ଧ ଏକମାତ୍ର ବିକଳ୍ପ ନୁହେଁ । ଏହି ଚଳଚିତ୍ରର ଉଦ୍ଦେଶ୍ୟ ଥିଲା, ଛାତ୍ରଛାତ୍ରୀ ମାନଙ୍କ ମନରେ ଶାନ୍ତି ପ୍ରତିଷ୍ଠାର ଭାବନା ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମରେ ଛାତ୍ର ଧରିତ୍ରୀ ରଞ୍ଜନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ଓ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ରାଜ ପାଢ଼ୀ ଧନ୍ୟବାଦ ଅର୍ପଣ କରି “ବିଶ୍ୱ ଶାନ୍ତି ଦିବସ” ପାଳନର ପରିସମାପ୍ତି ଘୋଷଣା କରିଥିଲେ ।

Leave A Reply

Your email address will not be published.