jayashree

ନଶାମୁକ୍ତ ଯୁବା ଗଠନ ପାଇଁ ମହାନଦୀ ଧାରାରେ ‘ରାଷ୍ଟ୍ରୀୟ ସଂକଳ୍ପ ସମାରୋହ’

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଯୁବପିଢ଼ିଙ୍କୁ ନଶାର କୁପ୍ରଭାବରୁ ଦୂରେଇ ରଖି ଏକ ସୁସ୍ଥ, ସଚେତନ ଓ ଦାୟିତ୍ୱବାନ ଯୁବ ସମାଜ ଗଠନ ଉଦ୍ଦେଶ୍ୟରେ ‘ନଶା ମୁକ୍ତ ଯୁବା – ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ‘ରାଷ୍ଟ୍ରୀୟ ସଂକଳ୍ପ ସମାରୋହ’ ଗତକାଲି ମହାନଦୀ ଧାରା, ସୋନପୁର ଶିକ୍ଷାନୁଷ୍ଠାନରେ ଆୟୋଜିତ ହୋଇଯାଇଛି । ମେରା ଯୁବା ଭାରତ, ସୋନପୁର, ଭାରତ ସରକାରଙ୍କ ଯୁବ କାର୍ଯ୍ୟ ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ମହାନଦୀ ଧାରା, ସୋନପୁରର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନଶା ବିରୋଧୀ ଶପଥ ଗ୍ରହଣ କରିବା ସହ ସ୍ୱାକ୍ଷର ଅଭିଯାନରେ ଅଂଶଗ୍ରହଣ କରି ନଶାମୁକ୍ତ ସମାଜ ଗଠନ ପାଇଁ ନିଜର ସଂକଳ୍ପ ପ୍ରକାଶ କରିଥିଲେ । ନଶା କିପରି ଯୁବପିଢ଼ି, ପରିବାର ଓ ସମାଜ ଉପରେ ପ୍ରଭାବ ପକାଏ, ସେନେଇ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା । “୧୦୦ ସପ୍ତାହ ନଶାମୁକ୍ତ ଯୁବା ଅଭିଯାନ”ର ବାର୍ତ୍ତାକୁ ସୋନପୁରର ଯୁବସମାଜ ମଧ୍ୟରେ ପହଞ୍ଚାଇବା ସହ ନଶାମୁକ୍ତ ଭାରତ ଗଠନରେ ଯୁବମାନଙ୍କ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ନଶା ବିରୋଧରେ ସାମୂହିକ ସଂକଳ୍ପ ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.