pr

ଧର୍ମଗଡ଼ରେ ଖେଳାଳି ଚୟନ ଶିବିର ଅନୁଷ୍ଠିତ

dr. purohit

ଧର୍ମଗଡ଼, (କେପିଏନ୍‌ଏସ୍‌) : ଧର୍ମଗଡ଼ ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମଣ ଛେଣ୍ଡିଆସ୍ଥିତ ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ କ୍ରୀଡା ଅଧ୍ୟକ୍ଷ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଧର୍ମଗଡ଼ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ବ୍ଲକ କ୍ରୀଡା ଶିକ୍ଷକ ସଂଘର ଉପସଭାପତି ଶ୍ରବଣ ଜାଲ, ବରିଷ୍ଠ ଶିକ୍ଷକ ଦିନେଶ ନାଏକ ପ୍ରମୁଖ ମଂଚାସୀନ ଥିଲେ । ବ୍ଲକ କ୍ରୀଡା ସମ୍ପାଦକ ତଥା ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଆବାହନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧିନସ୍ଥ ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କ୍ରୀଡା ଶିକ୍ଷକ ଛବିଲାଲ ନାଏକ, ତୁଷାର ରଞ୍ଜନ ନାଏକ, ଜୀବନ ଜ୍ୟୋତି ମୁଣ୍ଡ, ହେମନ୍ତ ଗୋପାଳ, ବୀଣାପାଣି ନାଏକ, ଅମିତ ମୁଣ୍ଡ, ଅଜାମ୍ବିଳ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.