pr

ଖମ୍ବେଶ୍ୱରୀ ମନ୍ଦିର ଚୋରି କରିବାକୁ ଯାଇ ଦୁର୍ବୃତ୍ତ ଗିରଫ

dr. purohit
  • ଚୋରି ବେଳେ ଘଟିଲା ଅଲୌକିକ ଘଟଣା, ଦୈବୀଶକ୍ତି ଯୋଗୁଁ ସେଠାରେ ପଡ଼ି ରହିଲା ଦୁର୍ବୃତ୍ତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ପୀଠ ତଥା ମନ୍ଦିର ମାଳିନୀ ସୋନପୁର ସହରରେ ଘଟିଛି ଏକ ଅଲୌକିକ ଘଟଣା । ଗତକାଲି ରାତି ସହରର ଡେଲି ମାର୍କେଟ ଠାରେ ଥିବା ଖମ୍ବେଶ୍ୱରୀ ମନ୍ଦିରକୁ ଜଣେ ଯୁବକ ଚୋରି କରିବାକୁ ଯାଇ ଗିରଫ ହୋଇଛି । ସେପଟେ ଜନସାଧାରଣରେ ଚର୍ଚ୍ଚା ଶକ୍ତି ପୀଠର ଶକ୍ତି ଦେଖାଇଛନ୍ତି ମା’ ଖମ୍ବେଶ୍ୱରୀ ତଥା ଅଷ୍ଟଚଣ୍ଡୀ । ଚୋରକୁ ଦୈବୀଶକ୍ତିରେ ବାନ୍ଧି ଧରାଇ ଦେଇଛନ୍ତି ସ୍ୱୟଂ ମା’ ଖମ୍ବେଶ୍ୱରୀ । ସୂଚନା ଅନୁଯାୟୀ ଗତକାଲି ରାତିରେ ଖମ୍ବେଶ୍ୱରୀ ମନ୍ଦିରରୁ ଘଣ୍ଟି, ଆଳତୀ ଇତ୍ୟାଦି ପିତ୍ତଳ ସାମଗ୍ରୀ କିଛି ଚୋରି ଉଦ୍ୟମ କଲାବେଳେ ଜଣେ ବାରବୁଲା ଦୁର୍ବୃତ୍ତର ହଠାତ୍ ଗୋଡ ହାତ ସେଠାରେ ହିଁ ପଡ଼ିଗଲା ଆଉ ସେଠି ହିଁ ନିସ୍ତେଜ ହୋଇ ପଡ଼ିରହିଥିଲା । ଭୋର୍ ସମୟରେ ପୂଜକ ମନ୍ଦିରକୁ ଆସି ଏହା ଦେଖି ମନ୍ଦିର କମିଟିକୁ ଖବର ଦେଇ ଡାକି ମନ୍ଦିର ଖୋଲିଲା ବେଳେ ପୂଜକ ଓ କମିଟି ସଦସ୍ୟଙ୍କୁ ପଥର ଟେକା ଲୁହା ଛଡ଼ ମାରି ଉନ୍ମୁକ୍ତ କାଣ୍ଡ ଭିଆଇଥିଲା ଉକ୍ତ ଦୁର୍ବୃତ୍ତ । ପରେ ପୋଲିସ ଆସି ଚୋରକୁ କାବୁ କରି ଥାନାରେ ଅଟକ ରଖିଥିଲା । ଆଉ କିଛିଦିନ ପରେ ଏହି ମନ୍ଦିରରେ ମହାବଳୀ ଯାତ୍ରା ଅନୁଷ୍ଠିତ ହେବ । ଦେବୋତ୍ତର ସଭ୍ୟ ବୈକୁଣ୍ଠ ଶତପଥୀ ଏବଂ ମନ୍ଦିର କମିଟି ପକ୍ଷରୁ ମଧୁ ମେହେର, କାଉନସିଲର ରାଜୁ ରାଓଙ୍କ ସହ ଅନ୍ୟମାନେ ସୋନପୁର ସଦର ଥାନାରେ ମାମଲା ରୁଜୁ ପରେ ପୋଲିସ ତଦନ୍ତ କରିଛି । କିଛି ବର୍ଷ ପୂର୍ବରୁ ମଧ୍ୟ ବଳୀ ଯାତ୍ରା ସମୟରେ ସମଲେଶ୍ୱରୀ ମନ୍ଦିର ଠାରେ ଜଣେ ସେବାୟତଙ୍କୁ ବ୍ୟକ୍ତିଗତ ଶତ୍ରୁତା କାରଣରୁ ହତ୍ୟାକାଣ୍ଡ ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ରାଉରକେଲା ଅଞ୍ଚଳର ନାଗେଶ୍ୱର ରାଓ ଫେରାର ମାରିବାକୁ ଯାଇ ସହରର ଗୋକର୍ନେଶ୍ୱର୍ ମନ୍ଦିର ପରିସରରେ ଥିବା ମା’ ରାମଚଣ୍ଡୀ ମନ୍ଦିରରେ ଦୈବୀଶକ୍ତିର କୋପରେ ବାନ୍ଧି ହୋଇ ସେଠାରୁ ସକାଳୁ ପୋଲିସ ଦ୍ୱାରା ଗିରଫ ହୋଇଥିଲା ଏବଂ ପରେ କାରାଦଣ୍ଡ ଭୋଗୁଥିବା ବେଳେ ରକ୍ତ ବାନ୍ତି କରିବା ସହ ଜେଲରେ ମୃତ୍ୟୁ ବରଣ କରିଥିଲେ । ସେପଟେ ଚୋରକୁ ଅଧିକ ପଚରାଉଚୁରା ସହ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଯାଦବ ବାଗ ପ୍ରକାଶ କରିଛନ୍ତି । ବାହାର ରାଜ୍ୟର ବାରବୁଲା ସମ୍ପ୍ରଦାୟ ସହରରେ ରହି ବିଭିନ୍ନ ପ୍ରକାର ଚୋରି କରୁଥିବା ବିଷୟ ସାମ୍ବାଦିକଙ୍କ ପ୍ରଶ୍ନକୁ ନେଇ ଆଇଆଇସି ଯାଦବ ବାଗ କହିଥିଲେ ଯେ, ପୋଲିସ ଏହି ବିଷୟରେ ଅବଗତ ଅଛି ଓ ସେମାନଙ୍କୁ କିଛି ଦିନ ପୂର୍ବରୁ ସହରରୁ ବାହାର କରିଦିଆଯାଇଥିବା ବେଳେ ପୁଣି ଦିନେ ଦୁଇଦିନ ହେବ ଆସିଛନ୍ତି ତାଙ୍କୁ ମଧ୍ୟ ଖୁବ୍ ଶୀଘ୍ର ବାହାର କରାଯିବ । ସେପଟେ ସୋନପୁର ସହର ଭଳି ଶାନ୍ତପ୍ରିୟ ସହରକୁ ବହୁ ବର୍ଷରୁ ଆସୁଥିବା ଅନୁପ୍ରବେଶକାରୀ ବା ଶରଣାର୍ଥୀ ମାନଙ୍କୁ ଚିହ୍ନଟ କରି ତାଙ୍କ ଉପରେ କଡ଼ା ନଜର ରଖି ଲୋକଙ୍କୁ ସୁରକ୍ଷା ଦେବାକୁ ବରିଷ୍ଠ ନାଗରିକ, ସାମ୍ୱାଦିକ, ବୁଦ୍ଧିଜୀବୀ ପକ୍ଷରୁ ବାରମ୍ବାର ଦାବୀ କରାଯିବା ସତ୍ୱେ ଜିଲ୍ଲା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କେବଳ ଗଞ୍ଜେଇ ଚୋରା ଚାଲାଣ ଧରପଗଡରେ ବ୍ୟସ୍ତ ରହୁଥିବା ଅଭିଯୋଗ ନେଇ ସହରବାସୀ ତଥା ବୁଦ୍ଧିଜୀବୀ ଦୃଢ଼ ନିନ୍ଦା କରିଛନ୍ତି ।

nrusinghnath
Leave A Reply

Your email address will not be published.