pr

ଯମୁନାବାହାଲ ଗ୍ରାମରେ କଂସ ଦରବାର ସମାପନ

dr. purohit

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ଅନ୍ତର୍ଗତ ଯମୁନାବାହାଲ ଗ୍ରାମର କଲୋନୀପଡ଼ାରେ ଶ୍ରୀ ଗଣେଶ ପୂଜା ଅବସରରେ ଧନୁଯାତ୍ରାର ପରମ୍ପରାକୁ ନେଇ କଂସ ଦରବାର ଆୟୋଜିତ ହୋଇଯାଇଛି । ଏଥିରେ ଦାଦପୁର ସରପଞ୍ଚ ଗୀତାଞ୍ଜଳି ସାହୁଙ୍କ ପ୍ରତିନିଧି ଭାବେ କୁନା ସାହୁ ମୁଖ୍ୟ ଅତିଥି ଏବଂ ଯମୁନାବାହାଲ ଗୋନ୍ତିଆ ଦେବରାଜ ପାଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଲାଠୋର ନିବାସୀ ସୁଶାନ୍ତ ମେହେର । ସେ କଂସ ମହାରାଜ ଭୂମିକାରେ ଅଭିନୟ କରିଥିଲେ । ତାଙ୍କୁ ପଡ଼ାବାସୀଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଓ ବନ୍ଦାପନା କରାଯାଇଥିଲା । ପରେ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ କଂସ ମହାରାଜଙ୍କ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଅବସରରେ ଧନୁଯାତ୍ରାର ବିଭିନ୍ନ ଦୃଶ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗ୍ରାମର ବିକାଶ ପାଇଁ ଏକତା, ସଚେତନତା ଓ ସହଯୋଗର ଆବଶ୍ୟକତା ଉପରେ ଅତିଥିମାନେ ମତ ରଖିଥିଲେ । ପଡ଼ାବାସୀଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଉତ୍ସବମୁଖର ପରିବେଶରେ ସମାପ୍ତ ହୋଇଥିଲା । ଶେଷରେ ଅଧ୍ୟାପକ ଦଇତାରୀ ଶବର ଓ ମହେନ୍ଦ୍ର ଶବର ସମସ୍ତ କଳାକାର ଓ ସହଯୋଗୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.