pr

ନୂଆଁଖାଇରେ ଆହାର କେନ୍ଦ୍ର ବନ୍ଦ, ରୋଗୀ ଓ ସମ୍ପର୍କୀୟଙ୍କ ଦୁର୍ଦ୍ଦଶା

dr. purohit

ଟିଟିଲାଗଡ଼, (ସନ୍ତୋଷ କୁମାର ନାୟକ) : ନୂଆଁଖାଇ ପର୍ବ ପଶ୍ଚିମ ଓଡ଼ିଶାର ଗଣପର୍ବ । ହେଲେ ଏହି ପର୍ବ ଅବସରରେ ଆହାର କେନ୍ଦ୍ର ବନ୍ଦ ରହିବା ଯୋଗୁଁ ଟିଟିଲାଗଡ଼ରେ ଦେଖାଦେଇଛି ଅନ୍ୟ ଏକ ସମସ୍ୟା । ଟିଟିଲାଗଡ଼ ଜିଲ୍ଲାସ୍ତରୀୟ ଡାକ୍ତରଖାନାକୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆହାର କେନ୍ଦ୍ର ବନ୍ଦ ଯୋଗୁଁ ଖାଦ୍ୟ ପାଇଁ ହଇରାଣ ହୋଇଥିବା ଅଭିଯୋଗ ହୋଇଛି । ଗତବର୍ଷ ମଧ୍ୟ ନୂଆଁଖାଇ ସମୟରେ ଏଭଳି ପରିସ୍ଥିତିକୁ ନେଇ ବିବାଦ ଦେଖାଦେଇଥିଲା । ରୋଗୀ ଓ ସମ୍ପର୍କୀୟଙ୍କ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ଅବଗତ କରାଯିବା ପରେ, ଉପଜିଲ୍ଲାପାଳଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନର ବିକଳ୍ପ ବ୍ୟବସ୍ଥା କରାଯାଇଥିଲା । ତେବେ ପ୍ରତିବର୍ଷ ପର୍ବପର୍ବାଣୀ ସମୟରେ ଏଭଳି ସମସ୍ୟା ଯେପରି ନହୁଏ, ସେଥିପାଇଁ ପୂର୍ବରୁ ସ୍ଥାୟୀ ଓ ବିକଳ୍ପ ବ୍ୟବସ୍ଥା କରିବା ଜରୁରୀ । ବିଶେଷକରି ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଖାଦ୍ୟ ସମସ୍ୟାକୁ ଗୁରୁତ୍ୱ ଦେଇ ପ୍ରଶାସନ ଉଚିତ ପଦକ୍ଷେପ ନେବା ଆବଶ୍ୟକ ।

nrusinghnath
Leave A Reply

Your email address will not be published.