oom

ଜନହିତ ସେବା ପାଇଁଁ ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁଙ୍କୁ ଭୂୟସୀ ପ୍ରଶଂସା

jsmm

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁଙ୍କ ଜନହିତ କାର୍ଯ୍ୟ ଓ ଦକ୍ଷତାକୁ ନେଇ ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରଶଂସା କରିଛନ୍ତି । କୋଭିଡ ସମୟରେ ତାଙ୍କର ଉଳ୍ଲେଖନୀୟ ପଦକ୍ଷେପ ପାଇଁ ଅଚଂଳବାସୀଙ୍କ ପ୍ରଶଂସା ପାତ୍ର ହୋଇଥିଲେ । ସେଥିପାଇଁ ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ସମ୍ମାନିତ କରାଯାଇଥିଲା । ଅଚଂଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଡେଲାଙ୍ଗ ହାଟ ବଜାରର ଅଳିଆ ଆବର୍ଜନାକୁ ଏକତ୍ର କରି ନୂତନ ଡଷ୍ଟବିନରେ ସୁରକ୍ଷିତ କରିବା ସହ ସମଗ୍ର ପରିବେଶକୁ ପରିଷ୍କାର ପରିଛନ୍ନ ରଖିବାରେ ଧ୍ୟାନ ଦେଇଥାନ୍ତି । ସର୍ବସାଧାରଣଙ୍କ ନିମନ୍ତେ ଏକ ପାଇଖାନା ପ୍ରତିଷ୍ଠା କରିବା ସହ ପ୍ରାକୃତି ସୌନ୍ଦର୍ଯ୍ୟ ଅଭିବୃଦ୍ଧି ପାଇଁ ଏକ ସୁନ୍ଦର ଫୁଲ ବଗିଚା ସୃଷ୍ଟି କରିଛନ୍ତି । ତାଙ୍କର ଏହି ମହତ୍ୱପୁର୍ଣ୍ଣ କାର୍ଯ୍ୟପାଇଁ ଡେଲାଙ୍ଗ ବଜାର କମିଟି ସଭାପତି ମନୋରଜଂନ ବାରିକ, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଜଂନ ପଟ୍ଟନାୟକ, ଡେଲାଙ୍ଗ କୋଠବାଡ ପଚାଂୟତର ପୂର୍ବତନ ସରପଚଂ ତଥା ମୁନିନ୍ଦା ସମିତି ସଭ୍ୟ ଦୁର୍ଗା ଚରଣ ରାଉତରାୟ, ଲୋକନାଥ ବେହେରା, ବିଶ୍ୱରଂଜନ ବଳବନ୍ତରାୟ, ସିଦ୍ଧାର୍ଥ ବଳବନ୍ତରାୟ ଏବଂ ପ୍ରକୃତିବନ୍ଧୁ ତଥା ସାମ୍ବାଦିକ ଦିଲ୍ଲିପ କୁମାର ଧାଉଡିଆ ପ୍ରମୁଖ ସମେତ ବହୁ ବୁଦ୍ଧିଜିବୀ ଫାଣ୍ଡିଅଧିକାରୀ ଶ୍ରୀ ସାହୁଙ୍କ ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ ଭୂୟସୀ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.