p purohi

ମେହେର ଚକ୍ଷୁ ଚିକିତ୍ସାଳୟ ତରଫରୁ ରାଉରକେଲା କଲେଜରେ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ସ୍ଥିତ ମେହେର ଚକ୍ଷୁ ଚିକିତ୍ସାଳୟର ମୁଖ୍ୟ ତଥା ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନର ଉପଦେଷ୍ଟା ଡାକ୍ତର ରାମଚନ୍ଦ୍ର ମେହେରଙ୍କ ତରଫରୁ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ସେକ୍ଟର ୩ ସ୍ଥିତ ରାଉରକେଲା କଲେଜ ଠାରେ ଅନୁଷ୍ଠିତ ହୋଇଯାଇଛି । ଗଣେଶ ଚତୁର୍ଥୀ ଦିନ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ତଥା ଉଦଘାଟକ ଭାବେ ଯୋଗଦେଇ ଶ୍ରୀଗଣେଶଙ୍କ ବିଗ୍ରହ ପ୍ରତିଷ୍ଠା କରିବା ସହ ଏହା ଶୈକ୍ଷିକ ବାତାବରଣକୁ ଅଧିକ ଶିକ୍ଷା ପ୍ରତି ମନୋନିବେଶ କରିବାକୁ ପ୍ରୋତ୍ସାହିତ କରିବ ବୋଲି ମତ ରଖିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଡ଼ଃ ସନାତନ ପ୍ରଧାନ, ଓମ୍ ପ୍ରକାଶ ବାପୁଡିଆ, ମଞ୍ଜୁରାଣୀ ମେହେରଙ୍କ ସମେତ ସହରର ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଡ. ସମର ମୁଦାଲି, ମଧୁସୂଦନ ମହାପାତ୍ର, ବ୍ରଜେନ୍ଦ୍ର ଦାଶ, ଚନ୍ଦ୍ରଶେଖର ଶତପଥୀ, ରୋଟାରିଆନ ଦେବବ୍ରତ ନାୟକ, ସସ୍ମିତା ନାୟକ, ପ୍ରଦୀପ ଦାସ, ଉଷା ଦାସ, ଗୋପାଳ ବାସିଆ, ମରୁମାୟା ମହାନ୍ତି, ଛଗନଲାଲ ଜୈନ, ବନ୍ଦିତା ମାହତୋ, ସୂର୍ଯ୍ୟ ପାଢ଼ୀ, ବସନ୍ତ କୁମାର ତନ୍ତୀ, ଡ. ଅଞ୍ଜନା ମୈତ୍ର, ହରେକୃଷ୍ଣ ମାଝୀ, ତଥା କଲେଜର ପ୍ରାକ୍ତନ ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକମାନେ ଉପସ୍ଥିତ ଥିଲେ । ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ମେହେର ଶ୍ରୀଗଣେଶଙ୍କ ବନ୍ଦନା ସହ ନିଜର ଶିକ୍ଷା ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲା ବେଳେ ସମ୍ମାନିତ ଅତିଥି ଡ଼. ପ୍ରଧାନ ତାଙ୍କ ବକ୍ତବ୍ୟରେ ରାଉରକେଲା କଲେଜ କେବଳ ରାଉରକେଲା କାହିଁକି ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି ମତ ରଖିବା ସହ କଲେଜର ସାହିତ୍ୟ, ସଂସ୍କୃତି, ପରମ୍ପରାର କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ଶେଷରେ କଲେଜର ଅଧ୍ୟକ୍ଷ ଡ. ଜେନା ଉପସ୍ଥିତ ସମସ୍ତ ଅତିଥି, କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସହ ଛାତ୍ର ଛାତ୍ରୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କଲେଜ ପରିସରରେ ଭଜନ କୀର୍ତ୍ତନ ସହ ଉପସ୍ଥିତ ସମସ୍ତଙ୍କୁ ପାଇଁ ପ୍ରସାଦ ବିତରଣ କରାଯାଇଥିଲା ।

nrusinghnath
Leave A Reply

Your email address will not be published.