p purohi

ଆଦିବାସୀ ବିକାଶ ନେଇ ଏନ୍‌ସିଏସ୍‌ଟି ଅଧ୍ୟକ୍ଷଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

dr. purohit

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଅନ୍ତର ସିଂହ ଆର୍ଯ୍ୟଙ୍କ ସହ ଗେଲ୍ ଇଣ୍ଡିଆର ମହାପ୍ରବନ୍ଧକ ରାମରାୟ ଟୁଡୁ ଏବଂ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଫର ଏସସି, ଏସଟି ଆଣ୍ଡ ୱିମେନ ଏଣ୍ଟରପ୍ରେନ୍ୟୁଅର୍ସର ଜାତୀୟ ଅଧ୍ୟକ୍ଷ ସୁବୀର ପାଲ୍ ଶିଷ୍ଟାଚାର ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଆଦିବାସୀ ସମ୍ପ୍ରଦାୟର ଆର୍ଥିକ, ସାମାଜିକ ଓ ଶିକ୍ଷାଗତ ବିକାଶ, ନିଯୁକ୍ତି ସୃଷ୍ଟି, ଉଦ୍ୟମିତାକୁ ପ୍ରୋତ୍ସାହନ ଏବଂ ସରକାରୀ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଦିବାସୀ ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ପ୍ରାୟ ୩୦ ମିନିଟ ଧରି ଗଭୀର ମନ୍ଥନ ହୋଇଥିବା ଜଣାପଡ଼ିଛି । ବୈଠକରେ ଆଦିବାସୀ ଯୁବକ-ଯୁବତୀଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ସେମାନଙ୍କୁ ସ୍ୱାବଲମ୍ବୀ ଓ ଉଦ୍ୟମିତା ସହ ଯୋଡ଼ିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।

nrusinghnath
Leave A Reply

Your email address will not be published.