ଶାହରୁଖ ଖାନଙ୍କୁ ୫କୋଟି ୨୫ଲକ୍ଷରେ କିଣିଲା ପଂଜାବ

ଚେନ୍ନାଇ : ବଲିଉଡର ଲୋକ ପ୍ରିୟ ଅଭିନେତା ତଥା କିଙ୍ଗ ଖାନ ନୁହଁ‌ନ୍ତି । ଏ ହେଉଛନ୍ତି ତାମିଲନାଡୁର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶାହରୁଖ ଖାନ୍‌। ୫କୋଟି ୨୫ ଲକ୍ଷ ଟଙ୍କାରେ ତାଙ୍କୁ କିଣିଛି ପଂଜାବ । ତେବେ ଶାହରୁଖଙ୍କୁ କିଣିବା ପାଇଁ ଆଗେଇ ଆସିଥିଲେ ଦିଲ୍ଲୀ, କେକେଆର୍‌, ଆରସିବି, ରାଜସ୍ଥାନ ରୟାଲ୍ସ, ପଂଜାବ ଆଦି ଟିମ୍ । ୨୦ଲକ୍ଷ ବେସ୍ ପ୍ରାଇସ୍ ଆରମ୍ଭ ହୋଇଥିଲା ନିଲାମୀ । ପ୍ରଥମେ ଆରସିବି ତାଙ୍କ ପାଇଁ ନିଲାମ ଡାକିଥିଲା । ଦଳ ଏକ କୋଟିରେ ନିଲାମ ଡାକିବା ପରେ ତାଙ୍କ ପାଇଁ ଆଗ୍ରହ ପ୍ରକାଶ କରିଥିଲା ଦିଲ୍ଲୀ । ଏହା ପରେ ଆରସିବି ୧.୯କୋଟିରେ ନିଲାମ ଡାକିଥିଲା । ଏହା ପରେ ୨.୪କୋଟି ଟଙ୍କାରେ ନିଲାମ ଡାକିଥିଲା ପଂଜାବ । ଏହି ପରି ଭାବରେ ବଢିଚାଲିଥିଲା ଶାହରୁଖଙ୍କ ପ୍ରାଇସ୍ । ଶେଷରେ ପଂଜାବ ତାଙ୍କୁ ୫.୨୫କୋଟିରେ କିଣିଥିଲା ।

Leave A Reply

Your email address will not be published.