oom

ଜାତୀୟ ଭଲିବଲ ଚମ୍ପିୟାନସିପ୍‌ ପାଇଁ ମନୋନିତ ରଶ୍ମିତା ଦୀପ କ୍ରୀଡା ସଂସଦ ଦ୍ୱାରା ସମ୍ମାନିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ୨୪ ଫେବୃଆରୀରୁ ୨୮ ଫେବଆରୀ ପର୍ୟ୍ୟନ୍ତ ନେତାଜୀ ଷ୍ଟାଡିୟମ ଭେଲୋର ଠାରେ ଅନୁଷ୍ଠିତ ହେବାକୁ ଥିବା ୪୩ତମ ସବ୍‌ଜୁନିୟର ଜାତୀୟ ଭଲିବଲ ଚମ୍ପିୟାନସିଫ୍‌ରେ ବଲାଙ୍ଗିରର ସୁଶ୍ରୀ ରଶ୍ମିତା ଦୀପ ଅଂଶ ଗ୍ରହଣ କରିବେ । ଏଥିରେ ଅଂଶଗ୍ରହଣ ସକାଶେ ଚଳିତ ମାସ ୧ ତାରିଖରେ କିଟ୍‌ ୟୁନିଭରସିଟି ଭୁବନେଶ୍ୱର ଠାରେ ଆୟୋଜିତ ଖେଳାଳି ମନୋନୟନ ପ୍ରକ୍ରିୟାରେ ବଲାଙ୍ଗିର ଜିଲ୍ଲା ପକ୍ଷରୁ ଭାଗ ନେଇ ରଶ୍ମିତା ଜାତୀୟ ଚମ୍ପିୟାନସିଫ୍‌ ଖେଳିବା ପାଇଁ ମନୋନିତ ହୋଇଛନ୍ତି । ବଲାଙ୍ଗିରର ୮ଟି ଦଳକୁ ନେଇ ଗାନ୍ଧୀ ଷ୍ଟାଡିୟମ ଠାରେ ·ଲିଥିବା ଆନ୍ତଃଜିଲ୍ଲା ଭଲିବଲ ପ୍ରତିଯୋଗିତା ପାଇଁ ଆଜି ଖେଳାଳି ମନୋନୟନ ପ୍ରକ୍ରିୟାର ଆୟୋଜନ ଅବସରରେ କ୍ରିଡା ସଂସଦ ପକ୍ଷରୁ ରଶ୍ମିତା ଦୀପଙ୍କୁ ଉଚ୍ଛର୍ଷିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କ୍ରିଡା ସଂସଦର କାର୍ୟ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ପଦ୍ମଚରଣ ଆ·ର୍ୟ୍ୟ, ଭଲିବଲ ସଂପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ବରିଷ୍ଠ ସଭ୍ୟ ତଥା ପୂର୍ବତନ ସଂପାଦକ ଶତୃଘନ ସିଂହ, ଜିଲ୍ଲା କ୍ରିଡାଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ତଥା ଭଲିବଲ କୋଚ ପଦ୍ମ ଚରଣ ଦାସ, କୋଚ ପ୍ରଶାନ୍ତ ପଟ୍ଟନାୟକ, ଶୁଭ୍ରାଂଶୁ ଶେଖର ଅମାତ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ବିକାଶ ଦାଶ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.