jayashree

ପ୍ରାଥମିକ ବିଦ୍ୟାଳୟ ପୁଲସଖଣ୍ଡରେ ତୃତୀୟ କ୍ଲଷ୍ଟର ସ୍ତରୀୟ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଅନ୍ତର୍ଗତ ବଡବନ୍ଧ କ୍ଲଷ୍ଟରର ଚଳିତ ଶିକ୍ଷାବର୍ଷର ତୃତୀୟ କ୍ଲଷ୍ଟର ସ୍ତରୀୟ ବୈଠକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପୁଲସଖଣ୍ଡର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବଡବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପ୍ରଧାନ ଓ ମଧୁମିତା ଅଲତିଆ ସାଧନ କର୍ମୀ ଭାବେ ଯୋଗଦେଇ ଆକଳନର‌ ରୂପରେଖ, ସାମଗ୍ରିକ ପ୍ରଗତି ପତ୍ର, ଗ୍ୟାଲେରୀ ପରିଭ୍ରମଣ, ମୌଳିକ ସାକ୍ଷରତା, ମୌଳିକ ସଂଖ୍ୟାଜ୍ଞାନ, ଶିକ୍ଷଣ ସୋପାନ ଆଦି ବିଷୟରେ ତାଲିମ ପ୍ରଦାନ କରିଥିଲେ । ଏହି ବୈଠକରେ ଦେବାନନ୍ଦ ନିଷାଦ, ନିବେଦିତା ଦାସ, ଦିଲୀପ ପ୍ରଧାନ, ହୋଲିଶ୍ୱର ଧାରୁଆ, ଜ୍ୟୋସ୍ନା ଷାଣ୍ଢ,ସୁଶାନ୍ତ ସାହୁ, କୈଳାସ ଚନ୍ଦ୍ର ଭୋଇ, ଅଶ୍ୱିନୀ ନାଏକ, ସନ୍ଧ୍ୟାରାଣୀ ମେହେର, ସୁଜିତ କୁମାର ମିଶ୍ର, କୁବେର ମଲ୍ଲିକ, ଅଚ୍ୟୁତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସହକାରୀ ଶିକ୍ଷକ ବିନାୟକ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.