ସାବିତ୍ରୀ ବାଇଙ୍କ ସ୍ମରଣ ଦିବସ ପାଳନ

ଖପ୍ରାଖୋଲ, ( କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନ ଲାଠୋର ଗୋଷ୍ଠୀ କେନ୍ଦ୍ର ଠାରେ ମୂଳ ନିବାସୀ ମହିଳା ସଂଘର୍ଷ ସମିତି ଆନୁକୁଲ୍ୟରେ ତଥା ହେମବତି ସୁନାଙ୍କ ନେତୃତ୍ବରେ ରାଷ୍ଟ୍ରମାତା ଜ୍ଞାନ ଜ୍ୟୋତି ସାବିତ୍ରୀ ବାଇ ଫୁଲେଙ୍କ ସ୍ମରଣ ଦିବସ ପାଳନ ହୋଇ ଯାଇଛି । କାର୍ୟ୍ୟକ୍ରମରେ ଲାଠୋର ବନାଞ୍ଚଳ ଅଧିକାରିଣୀ ପ୍ରଭାତୀ ସେଠ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଠୋର ସରପଞ୍ଚ ପ୍ରବିଣ ଅଗ୍ରୱାଲ ଯୋଗ ଦେଇଥିଲେ । ପ୍ରଥମେ ଭଗବାନ ବୁଦ୍ଧ ଡଃ ବିଆର ଆମ୍ବେଦକର ସାବିତ୍ରୀ ବାଇ ଫୁଲେ ଏବଂ ଜ୍ୟୋତିବା ଫୁଲେଙ୍କ ପ୍ରତିଛବିରେ ପୁଷ୍ପ ମାଳ ଦୀପ ଦେଇ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଅତିତରେ ନାରୀମାନଙ୍କୁ ଶିକ୍ଷା ଶାସନ ଓ ସମ୍ପତ୍ତିର ଅଧିକାରରୁ ବଞ୍ଚିତ କରି ରଖା ଯାଇଥିଲା । ରାଷ୍ଟ୍ରମାତା ସାବିତ୍ରୀ ବାଇ ଫୁଲେଙ୍କ ଅସୀମ ତ୍ୟାଗ ଓ କଠୋର ସଂଘର୍ଷ ଫଳରେ ଆଜି ଦେଶର ନାରୀ ସମାଜ ଏ‌ହି ସବୁ ଅଧିକାର ପାଇ ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଚାଲିଥିବା କହିଥିଲେ । ଉପସ୍ଥିତ ମହିଳାମାନେ ଅତିଥିମାନଙ୍କୁ ମାତା ସାବିତ୍ରୀ ବାଇଙ୍କ ଉପରେ ଅନେକ ପ୍ରଶ୍ନ ପଚାରି ବୁଝିଥିଲେ । କାର୍ୟ୍ୟକ୍ରମରେ ରାଜ୍ୟ ସଂଯୋଜିକା ରିନା ବାରିକ ଓ ପୁଷ୍ପାଞ୍ଜଳୀ ଦଲପତି ଯୋଗଦେଇ ପରିଚାଳନା ଦାୟିତ୍ଵ ତୁଲାଇଥିଲେ । ସଦସ୍ୟା ଶ୍ରଦ୍ଧାଞ୍ଜଳି ତାଣ୍ଡି, ସୁଭଦ୍ରା ସୁନା ଜ୍ୟୋସନାମୟୀ ବାଗ ଏବଂ ପଦ୍ମିନୀ ତାଣ୍ଡି ସହଯୋଗ କରିଥିଲେ ।

Leave A Reply

Your email address will not be published.