jayashree

ସମବାୟ ସମ୍ପାଦକଙ୍କ ନାମରେ ଜମି ଜାଲିଆତି କରି ଋଣ ହଡ଼ପ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାମୂହିକ ଜମିକୁ ଜାଲିଆତି କରି ଜଣେ ବ୍ୟକ୍ତି ନିଜ ନାମରେ ଋଣ କରାଇଥିବା ଅଭିଯୋଗ ନେଇ ଜମି ଅଧିକାରୀମାନେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କନ୍ଧୂମୁଣ୍ଡା ଗ୍ରାମର ଗଣପତି ସାହୁ, ଗଙ୍ଗାଧର ସାହୁ, ପ୍ରଦୀପ ସାହୁ, ଶ୍ରୀକର ସାହୁ, ଶେବାରାମ ସାହୁ, ତୁଳସୀ ପ୍ରସାଦ ସାହୁ ପ୍ରମୁଖ ସେମାନଙ୍କ ସାମୂହିକ ମାଲିକାନାରେ ଥିବା ଖାତା ନ.୨୯ର ସମୁଦାୟ ଜମିକୁ କଠାଉମାଲ ସମବାୟ ସମିତିର ସମ୍ପାଦକ ଦିଲ୍ଲୀପ ପ୍ରଧାନ ଓ ପୂର୍ବତନ ସମ୍ପାଦକ ଭକ୍ତ ସାହୁ ଜାଲିଆତି କରି ଅନ୍ୟ ଲୋକଙ୍କ ନାମରେ ଋଣ ମଞ୍ଜୁର କରି ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ କରିଛନ୍ତି । ତେଣୁ ନିଜ ଜମି ହୋଇ ସୁାଦ୍ଧ ସେମାନେ କୌଣସି ସୁବିଧା ସୁଯୋଗ ପାଇପାରୁ ନାହାନ୍ତି । ଏନେଇ ସମବାୟ ସମିତି ସମ୍ପାଦକ ତାଙ୍କୁ ମାତ୍ରାଧିକ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି । ଘଟଣାର ସମାଧାନ ପାଇଁ ଉକ୍ତ ବ୍ୟକ୍ତିମାନେ ବରଗଡ ଜିଲ୍ଲାପାଳ, ଗାଇସିଲେଟ ଥାନା ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ ମଧ୍ୟ ନ୍ୟାୟ ପାଇ ନ ଥିବା କହିଛନ୍ତି । ତେଣୁ ଏହି ମାମଲାର ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ ଦିଗରେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବରଗଡ ସାଂସଦଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.