jayashree

ଆମ୍ବେଦକରଙ୍କୁ ଅପମାନ ନେଇ ୪ ଦଫା ଦାବିପତ୍ର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଏନ୍‌ଏସି ପକ୍ଷରୁ ପାଳିତ ୮୦ତମ ସ୍ୱାଧୀନତା ଦିବସକୁ ନେଇ ବିବାଦ ଦେଖାଦେଇଛି । ସ୍ୱାଧୀନତା ଦିବସ ହୋଡିଂରେ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଫଟୋ ନଥିବା ନେଇ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ଅସନ୍ତୋଷ ପ୍ରକାଶ କରିଛି । ଏହାକୁ ନେଇ କମିଟି ପକ୍ଷରୁ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୪ ଦଫା ଦାବିପତ୍ର ଦିଆଯାଇଛି । ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସ୍ପଷ୍ଟୀକରଣ ଏବଂ ସହରରେ ଥିବା ଆମ୍ବେଦକରଙ୍କ ସମେତ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ଦାବି କରାଯାଇଛି । ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଏନ୍‌ଏସି ଘେରାଉ କରାଯିବ ବୋଲି କମିଟି ଚେତାବନୀ ଦେଇଛି ।

Leave A Reply

Your email address will not be published.