jayashree

ବିଶ୍ୱାତ୍ମ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ଖୁଜେନପାଲି, ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ, ଖୁଜେନପାଲି ପରିସରରେ ଆଜି ବିଶ୍ୱାତ୍ମ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ହର୍ଷୋଲ୍ଲାସ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ପୂଜ୍ୟପାଦ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଜୀ ମହାରାଜ ଉପସ୍ଥିତ ରହି ଛାତ୍ରଛାତ୍ରୀ ଓ ଉପସ୍ଥିତ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ବିଦ୍ୟା ମନ୍ଦିରର ସଭାପତି ପୂଜ୍ୟ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀଜୀ, ପ୍ରାଚାର୍ଯ୍ୟ ଡଃ. ସୁଶାନ୍ତ କୁମାର ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ, ଆଡମିଶନ୍ ଇନ୍‌ଚାର୍ଜ ନଟରାଜ ଠାକୁରଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଶୀର୍ବଚନରେ ପୂଜ୍ୟପାଦ ଶ୍ରୀ ସ୍ୱାମୀଜୀ ମହାରାଜ କହିଥିଲେ ଯେ, “ବିଦ୍ୟା ମନୁଷ୍ୟକୁ ବିନୟୀ କରେ । କେବଳ ଶିକ୍ଷିତ କରିବା ନୁହେଁ, ସମାଜରେ ଆଦର୍ଶ, ନୈତିକ ଓ ଦାୟିତ୍ୱବାନ ମନୁଷ୍ୟ ଗଢ଼ି ତୋଳିବା ହେଉଛି ବିଦ୍ୟା ମନ୍ଦିରର ମୂଳ ଲକ୍ଷ୍ୟ ।” ତାଙ୍କର ଏହି ପ୍ରେରଣାଦାୟକ ବାଣୀ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା । ଉତ୍ସବ ଅବସରରେ ବିଦ୍ୟାଳୟର ନବାଗତ ଛାତ୍ରଛାତ୍ରୀମାନଙ୍କୁ ପୂଜ୍ୟପାଦ ଶ୍ରୀ ସ୍ୱାମୀଜୀଙ୍କ କରକମଳରେ ଲେଖନୀ ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା । ଶିକ୍ଷା ସହିତ ମୂଲ୍ୟବୋଧ, ଶୃଙ୍ଖଳା, ସଂସ୍କାର ଓ ଆଧ୍ୟାତ୍ମିକ ଚେତନାର ସମନ୍ୱୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ବିଦ୍ୟାଳୟର ପ୍ରତିବଦ୍ଧତାକୁ ଏହି ଉତ୍ସବ ପ୍ରତିଫଳିତ କରିଥିଲା । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବକୁ ଅଧିକ ଚିତ୍ତାକର୍ଷକ କରିଥିଲା । ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର ସଂଯୋଜକ ସମ୍ବିତ୍ କୁମାର ସଂଯୋଜନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.