
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲାର ଚାଷୀ ସଂଗଠନ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବିରାଟ ସମାବେଶ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭାଗଚାଷୀ, ପ୍ରକୃତଚାଷୀ ଏବଂ ମନ୍ଦିର ଜମି ଚାଷୀଙ୍କ ପଞ୍ଜୀକରଣ କରିବା ସାଂଗକୁ ସରକାରୀ ଦରରେ ଚାଷୀଙ୍କ ଠାରୁ ଧାନ କିଣିବା ନେଇ ଦାବୀ ଉଠିଛି । ଗଞ୍ଜାମ ଜିଲ୍ଲାର ପ୍ରାୟତଃ ଅଶୀଭାଗ ଚାଷୀ କୃଷକ ଅବା କୃଷିଜୀବୀ ଅଟନ୍ତି । ଚାଷୀକୁଳର ହିତ ଦୃଷ୍ଟିରୁ ସରକାର ସବିଶେଷ ଧ୍ୟାନ ଦେଇ ବିହିତ ବନ୍ଦୋବସ୍ତ କରାଯିବା ନିମନ୍ତେ ଦାବୀ ହୋଇଛି ।