jayashree

ଜିଲ୍ଲା ବ୍ରାହ୍ମଣ ମହାସଭାର ସ୍ୱାଧିନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ବଲାଙ୍ଗିରରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ଦ୍ୱାରା ଭାରତର ୮୦ତମ ସ୍ୱାଧିନତା ଦିବସ ହର୍ଷୋଲ୍ଲାସରେ ପାଳିତ ହୋଇଯାଇଛି । ବରିଷ୍ଠ ଉପଦେଷ୍ଟା ଅଧ୍ୟାପକ ସତ୍ୟବନ୍ତ ବେଦବାକ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ମହାସଭାର ସଭାପତି ଧନଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ବକ୍ତା ମଧ୍ୟରେ ଉପଦେଷ୍ଟା ଗୋପବନ୍ଧୁ ପୁରୋହିତ, ଅଶୋକ କୁମାର ମିଶ୍ର ଭାରତ ବର୍ଷର ଗୌରବମୟ ଗାଥା କିପରି ବଂଚି ରହିବ ସେଥିପାଇଁ ସମସ୍ତେ ସଜାଗ ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଶେଷରେ ମହାସଭା ସଂପାଦକ ଶ୍ୟାମ ସୁନ୍ଦର ଦାଶ ବର୍ତ୍ତମାନ ଭାରତ ବର୍ଷରେ ବ୍ରାହ୍ମଣମାନଙ୍କ ଅବସ୍ଥା, ସଂଘତି, ସମାଜ ପ୍ରତି ସେମାନଙ୍କ ଅବଦାନ ଦାୟିତ୍ୱ ଏବଂ କର୍ତ୍ତବ୍ୟ ଉପରେ ଆଲୋକପାତ କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଉତ୍ସବରେ କୋଷାଧ୍ୟକ୍ଷ ପଂଚାନନ ବେଦବାକ, ଜଗନ୍ନାଥ ଷଡଙ୍ଗୀ, କବିରାଜ ହୋତା, ଜୟ ବିହାରୀ ବେଦବାକ, ପ୍ରଭୁଦତ୍ତ ଶତପଥୀ, ଗୋପବନ୍ଧୁ ଶତପଥୀ, ରବିନ୍ଦ୍ର ମିଶ୍ର, ସଂକର୍ଷଣ ପାଣିଗ୍ରାହୀ, ଡ. ଗୋଦାବରିଶ ରଥ, ଡ. ସନ୍ଧ୍ୟାରାଣୀ ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ଗୋବର୍ଦ୍ଧନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.