jayashree

‘ବନ୍ଦେ ମାତରମ୍’କୁ ନେଇ ବଲାଙ୍ଗିରରେ ପ୍ରତିବାଦ : କୁଶପୁତ୍ତଳିକା ଦାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘ବନ୍ଦେ ମାତରମ୍’ ଗୀତକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ବିରୋଧରେ ଅସମ୍ମାନ ଓ ଅବମାନନାର ଅଭିଯୋଗ ଆଣି ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଉଛି । ଏହି କ୍ରମରେ ବଲାଙ୍ଗିରରେ ମଧ୍ୟ ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବଲାଙ୍ଗିର କଚେରୀ ଛକଠାରେ ଯୁବମୋର୍ଚ୍ଚା ସଭାପତି ଅମରଜିତ ପଟେଲଙ୍କ ନେତୃତ୍ୱରେ କୁଶପୁତ୍ତଳିକା ଦାହ କରାଯିବା ସହ କ୍ୟାଣ୍ଡେଲ ମାର୍ଚ୍ଚ ଆୟୋଜିତ ହୋଇଥିଲା । ଏହି ଅବସରରେ କାର୍ଯ୍ୟକର୍ତ୍ତାମାନେ ‘ବନ୍ଦେ ମାତରମ୍’ର ସମ୍ମାନ ରକ୍ଷା କରିବା ସହ ଜାତୀୟ ଭାବନା ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ଦାବି ଉଠାଇଥିଲେ । ବିକ୍ଷୋଭରେ ବରିଷ୍ଠ ନେତା ତଥା ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ଦିନେଶ ଶର୍ମା, ମହିଳା ମୋର୍ଚ୍ଚା ସଭାନେତ୍ରୀ ରଞ୍ଜିତା ପାଣିଗ୍ରାହୀଙ୍କ ସମେତ ବହୁ ନେତା ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ଏହାସହ ପିତାମ୍ବର ଖମାରୀ, ଦେବବ୍ରତ ନିନା, ସୁନୀଲ ମିଶ୍ର, ସୁରେନ୍ଦ୍ର ପଣ୍ଡା, ଶ୍ରୀକାନ୍ତ ଜାଲ, ଅଙ୍କିତ ସିଂଦେଓ, ପୁରୁଷୋତ୍ତମ ସାହୁ, ଅପ୍ରମିତ ପରିଚ୍ଛା, ରାଜୀବ ଲୋଚନ ଭୋଇ, ସାନନ୍ଦ କାଳସାଏ, ବାବଲି ନାଏକ, ଲଳିତ ଶର୍ମା, ଚୂଡ଼ାମଣି ବାରିକ, ଚନ୍ଦନ ନାୟକ, ବିମଳ ନାଏକଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । କ୍ୟାଣ୍ଡେଲ ମାର୍ଚ୍ଚ ମାଧ୍ୟମରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ପ୍ରତି ସମ୍ମାନ ଓ ଦେଶପ୍ରେମର ବାର୍ତ୍ତା ଦିଆଯାଇଥିଲା ।

Leave A Reply

Your email address will not be published.