jayashree

ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଓ ଅଭିଯୁକ୍ତ କ୍ଷିତିଶ ସାହୁଙ୍କୁ ଧରିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୋର ୪ ଟାରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଓ ଅଭିଯୁକ୍ତ କ୍ଷିତିଶ ସାହୁଙ୍କୁ ଭୁବନେଶ୍ୱରରୁ ନେଇକି ଫେରିଥିଲା ବଲାଙ୍ଗିର ପୋଲିସ । ଏହି ଦୁଇ ଜଣଙ୍କ ପଛରେ ବ୍ୟବସାୟ କାରବାର କିଛି ରହିଛି, ଯାହା ବଲାଙ୍ଗିର ଏସ୍‌ପି କହିଛନ୍ତି । ଅପହରଣର ୨୪ ଘଣ୍ଟା ଭିତରେ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ଭୁବନେଶ୍ୱରରୁ କ୍ଷିତିଶ ସାହୁଙ୍କୁ ବି ଗିରଫ କରିଛି ବଲାଙ୍ଗିର ପୋଲିସ । କିନ୍ତୁ , ଏଠି ବଡ଼ ଟ୍ବିଷ୍ଟ ଆସିଥିଲା । କାରଣ ଗୋଟିଏ ଅପହୃତ ଓ ଅପହରଣକାରୀ ରହିଛନ୍ତି ଏହି ଦୁଇ ଜଣଙ୍କ ବୟାନ ମିଶି ପାରିନଥିଲା । ଆଉ ଏଥିପାଇଁ ଦୁଇ ଜଣଙ୍କୁ ବଲାଙ୍ଗିର ଅଣାଯିବା ପରେ ମନୋହର ପୁର ରିଜର୍ଭ ପୋଲିସ ବାରେକ ଭିତରେ ଆରମ୍ଭ ହୋଇଛି ଜେରା । ଜଣେ ପରେ ଜଣେକୁ ପଚାରିବା ପରେ ଉଭୟଙ୍କୁ ମୁହାଁ ମୁହିଁ କରି ବଲାଙ୍ଗିର ପୋଲିସ ତନ୍ନ ତନ୍ନ କରି ପଚାରୁଥିବା ସୂଚନା ରହିଛି । ଜେରା ପରେ ଘଟଣା ପଛର ଅସଲ କଥା ସାମ୍ନାକୁ ଆସିବ ବୋଲି ବଲାଙ୍ଗିର ଏସ୍‌ପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.