jayashree

ଜିଲ୍ଲା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କୃଷକ ସଂଘ ପକ୍ଷରୁ, ବଲାଙ୍ଗିର ଜିଲ୍ଲାର କୃଷି ଏବଂ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲାର ଚାଷୀମାନେ ଦୀର୍ଘଦିନ ହେଲା ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଚଳିତ ବର୍ଷ ଚାଷ କାମ ଆରମ୍ଭ ହେଉ ହେଉ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଚାଷ ହୋଇଥିବା ଜମିରେ ବନ୍ୟା ପାଣି ପ୍ରବାହିତ ହେବା ଦ୍ୱାରା ବହୁ ଫସଲ ନଷ୍ଟ ହୋଇ ଶହ ଶହ ହେକ୍ଟର ଜମିରେ ହିଡ ଭାଙ୍ଗି ବାଲି ଏବଂ ମାଟି ପୋତି ହୋଇ ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି କିନ୍ତୁ ପରିତାପର ବିଷୟ ଦୀର୍ଘ ୧୭/୧୮ ଦିନ ବିତିଯାଇଥିଲେ ସୁଦ୍ଧା ସରକାରଙ୍କ ତରଫରୁ ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯାଇ ନାହିଁ । ସେ ପଟେ ଅବଶିଷ୍ଟ ଜମିରେ ଭଲ ଭାବରେ ଚାଷ କରିବାକୁ ହେଲେ ସାର ଆବଶ୍ୟକ କିନ୍ତୁ ତାହା ମଧ୍ୟ ସରକାରଙ୍କ ପକ୍ଷରୁ ଉଚିତ ମୂଲ୍ୟରେ ଆବଶ୍ୟକ ଅନୁଯାୟୀ ଯୋଗାଣ ହୋଇପାରୁନାହିଁ । ତା ପରେ ଏ ବର୍ଷ ଖରିଫ ଧାନ ବିକ୍ରୟରେ ସରକାରଙ୍କ ଦୋମୁହାଁ ନୀତି ଚାଷୀ ଭାଇମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ତେଣୁ କୃଷକ ସଂଘ ପକ୍ଷରୁ ନିମ୍ନ ଲିଖିତ ଦାବି ଯଥା, ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବଲାଙ୍ଗିର ଜିଲ୍ଲାର ସମସ୍ତ ଚାଷୀଙ୍କୁ ତୁରନ୍ତ ଆର୍ଥିକ ରାଶି ପ୍ରଦାନ କରାଯାଉ, ଆବଶ୍ୟକ ଅନୁଯାୟୀ ଉଚିତ ଦରରେ ଚାଷୀମାନଙ୍କୁ ସାର ଯୋଗାଇ ଦିଆଯାଉ, ଚାଷୀ ପଞ୍ଜିକରଣରେ ସରଳୀକରଣ କରି ସମସ୍ତ ଚାଷୀଙ୍କ ପଞ୍ଜିକରଣ ସଠିକ ଭାବେ କରାଯାଇ ଯେପରି କୌଣସି ଚାଷୀ ବାଦ ନ ପଡନ୍ତି ସେ ଦିଗରେ ଧ୍ୟାନ ଦିଅନ୍ତୁ । ଏ ସବୁ ଦାବିର ପୁରଣ ଅତିଶୀଘ୍ର ନ କଲେ ବଲାଙ୍ଗିର ଜିଲ୍ଲା କୃଷକ ସଂଘ ଏବଂ ସମସ୍ତ ଚାଷୀମାନଙ୍କ ତରଫରୁ ଏକ ବିରାଟ ଚାଷୀ ଆନ୍ଦୋଳନ କରାଯିବ ବୋଲି ସଭାପତି ସାନନ୍ଦ ମିଶ୍ର ଚେତେଇ ଦେଇଛନ୍ତି । ଆଜିର ଏହି ପ୍ରତିନିଧି ମଣ୍ଡଳିରେ ଦିଲୀପ ବେହେରା, ମନୀଷ ମିଶ୍ର, ବୁଲୁ ଦାନୀ, ଅସୀତ ମିଶ୍ର, ଅଜୟ ବାଲି, ସରୋଜ ରଥ, ଅରବିନ୍ଦ ସାହୁ, ଶାନ୍ତନୁ ସିଂହ, ଉମାକାନ୍ତ ସାହୁ, ଲଳିତ ପଟେଲ, ସମୀର କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ବ୍ରଜ ସେଠି, ଅଙ୍କିତ ସାହୁ, ସୋମନାଥ ପଟେଲ, ଜୁଲୁ ପଟ୍ଟନାୟକ, କୈଳାସ ମିଶ୍ର, ସନ ଗଡତ୍ୟା, ଚିନ୍ମୟ ବେହେରା, ଶୋହନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.