
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୀତଳାପଲ୍ଲୀ ସମ୍-ହସ୍ପିଟାଲ ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଟିବି ରୋଗୀଙ୍କୁ ପୋଷଣଯୁକ୍ତ ପୁଷ୍ଟିକର ଖାଦ୍ୟ ପ୍ୟାକେଟ ପ୍ରଦାନ କରାଯାଇଛି । ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ଲକ୍ଷ୍ୟ ନେଇ ଟିବି ହାରିବ ଦେଶ ଜିତିବ ବୋଲି ଜନ ସଚେତନତା ସୃଷ୍ଟି କରାଯାଇଛି । ଟିବି-ମୁକ୍ତ ଭାରତ ଅଭିଯାନକୁ ଆଉ ଗୋଟିଏ ପାଦ ଆଗକୁ ନେବା ପାଇଁ ବ୍ରହ୍ମପୁର ଉପକଣ୍ଠସ୍ଥ ଶୀତଳାପଲ୍ଲୀ ସ୍ଥିତ ସମ-ହସ୍ପିଟାଲ୍ ପକ୍ଷରୁ ଏକ ପ୍ରଶଂସନୀୟ ଓ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ସମ-ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି । ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ସ୍ୱାଧୀନ ରଥ, ଶୀତଳାପଲ୍ଲୀ ସମ-ହସ୍ପିଟାଲ୍ ନିର୍ଦ୍ଦେଶକ ଦେବୀ ପ୍ରସାଦ ଦାଶ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଅଲେଖ ପ୍ରଧାନ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଟିବି ମୁକ୍ତ ଭାରତ ଅଭିଯାନରେ ଶୀତଳାପଲ୍ଲୀ ସ୍ଥିତ ସମ ହସ୍ପିଟାଲ୍ ପକ୍ଷରୁ ଟିବି ରୋଗୀମାନଙ୍କୁ ପୋଷଣଯୁକ୍ତ ଆହାରର ଗୋଟିଏ ଲେଖାଏଁ କିଟ୍ ପ୍ରଦାନ କରାଯାଇଛି । ଭାରତକୁ ଯକ୍ଷ୍ମା ମୁକ୍ତ କରିବା କରିବା ପାଇଁ ସାରା ଦେଶରେ ଜୋରଦାର ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଚାଲିଛି । ଏହି କ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସମ-ହସ୍ପିଟାଲ୍ ପକ୍ଷରୁ ୫୦ ଜଣ ଟିବି ରୋଗୀଙ୍କୁ ପୋଷଣଯୁକ୍ତ ଖାଦ୍ୟ କିଟ୍ ବଣ୍ଟନ କରାଯାଇଥିଲା । ଏହିପରି ଉତ୍ତମ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ଶୀତଳାପଲ୍ଲୀ ସମ୍-ହସ୍ପିଟାଲ ପ୍ରତିଷ୍ଠା ହେବା ଠାରୁ କିପରି ଲୋକଙ୍କୁ ଉତ୍ତମ ସେବା ଯୋଗାଇବ ସେନେଇ ଚେଷ୍ଟିତ । କେବଳ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଯୋଗାଉ ନାହିଁ ବରଂ ଲୋକଙ୍କ ନିକଟରେ ମଧ୍ୟ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଉଛି ସମ ମେଡିକାଲ । ଟିବି ମୁକ୍ତ ଭାରତ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଆଜି ଛତ୍ରପୁର ମେଡିକାଲରେ ସମ ହସ୍ପିଟାଲ୍ କର୍ତ୍ତୃପକ୍ଷ ପକ୍ଷ ପହଞ୍ଚି ୫୦ ଜଣ ଟିବି ରୋଗୀଙ୍କୁ ପୋଷଣଯୁକ୍ତ ଖାଦ୍ୟ କିଟ୍ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉପସ୍ଥିତ ରହି ଟିବି ରୋଗୀମାନଙ୍କୁ କିଟ୍ ବାଣ୍ଟିବା ସହ ସମ ହସ୍ପିଟାଲ୍ ଏହିପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ରୋଗୀ ନିୟମିତ ଚିକିତ୍ସା ସହ ନିୟମିତ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ଜରୁରୀ ଯଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ । ସମ-ହସ୍ପିଟାଲ୍ ଏହିପରି ସହଯୋଗର ହାତ ବଢାଇଛି । ଗୋଟିଏ ସମୟରେ ଲୋକେ ଏହି ରୋଗର ନାଁ ଶୁଣିଲେ ଭୟଭୀତ ହୋଇଯାଉଥିଲେ । ଟିବି ରୋଗ ପାଇଁ ଭୟଭୀତ ନହେବା ପାଇଁ ସମ ହସ୍ପିଟାଲ୍ ପକ୍ଷରୁ ଉପସ୍ଥିତ ଥିବା ରୋଗୀମାନଙ୍କୁ କୁହାଯାଇଥିଲା । ଔଷଧ ସମେତ ସଠିକ ପୁଷ୍ଟିକର ଖାଦ୍ୟ । ଏହି ରୋଗକୁ ସମ୍ପୂର୍ଣ୍ଣ ମୂଳପୋଛା କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ଐତିହାସିକ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଆରମ୍ଭ ହୋଇଛି । ଟିବି ହାରିବ ଭାରତ ଜିତିବ । ଏହି ସ୍ଲୋଗାନ ନାରାରେ ପ୍ରତ୍ୟେକ ନାଗରିକଙ୍କ ନିଜସ୍ୱ ସଙ୍କଳ୍ପରେ ପରିଣତ ହୋଇଛି । ମାଗଣାରେ ପରୀକ୍ଷା ଓ ଔଷଧ ମଧ୍ୟ ପ୍ରଦାନ ହେଉଛି । ସମ ହସ୍ପିଟାଲ୍ ଏଭଳି ସାମାଜିକ ଦାୟିତ୍ୱବୋଧ ନିର୍ବାହ କରି ସହଯୋଗର ହାତ ବଢାଇଥିବାରୁ ସମ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଦିଆଯାଇଛି । ଏହିପରି ପ୍ରତି ମାସକୁ ପୃଷ୍ଟିକର ଖାଦ୍ୟ ମିଳିବା ନିହାତି ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।