jayashree

ସନ୍ତାନ ସୁଖର ସ୍ୱପ୍ନ ହେବ ସାକାର

  • ବଲାଙ୍ଗିର ଆୟୁର୍ବେଦ ଚିକିତ୍ସାର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବଲାଙ୍ଗିରରେ ସନ୍ତାନ ସୁଖର ସ୍ୱପ୍ନ ଏବେ ହେବ ସାକାର, ସ୍ୱଳ୍ପ ଖର୍ଚ୍ଚରେ ସଫଳ ଆୟୁର୍ବେଦିକ ବନ୍ଧ୍ୟାତ୍ୱ ଚିକିତ୍ସା, ନିଃସନ୍ତାନ ଓ ମଧ୍ୟବିତ୍ତ ପରିବାର ଏହି ସୁଯୋଗ ନେବାରୁ ବଂଚିତ ହୁଅନ୍ତି । ଏହି ସମସ୍ୟାର ସରଳ ଓ ସ୍ଥାୟୀ ସମାଧାନ ପାଇଁ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବଲାଙ୍ଗିର ଆଣିଦେଇଛି ଆଶାର ନୂତନ କିରଣ । ଏଠାରେ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଶାସ୍ତ୍ରସମ୍ମତ ଉପାୟରେ ସ୍ୱଳ୍ପ ଖର୍ଚ୍ଚରେ ବନ୍ଧ୍ୟାତ୍ୱ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଏହି ସ୍ପେଶାଲିଷ୍ଟ ସେବା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ମୁଖ୍ୟ ଏଚ୍‌ଓଡି ତଥା ସହଯେଗୀ ପ୍ରାଧ୍ୟାପକ ଡା. ଗଣେଶ କୁମାର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଅଭିଜ୍ଞ ଚିକିତ୍ସକ ଦ୍ୱାରା ପରିଚାଳିତ ହେଉଛି । ପୁରୁଷ ବନ୍ଧ୍ୟାତ୍ୱ ସମସ୍ୟା, ଶୁକ୍ରାଣୁ ସଂଖ୍ୟା କମ୍ ରହିବା, ଶୁକ୍ରାଣୁ ଗତିଶୀଳତା ଅଭା, ଦୁର୍ବଳତା ଏବଂ ଅନ୍ୟାନ୍ୟ ଜନନ ସମ୍ବନ୍ଧୀୟ ଜଟିଳତା ସଫଳ ନିରାକରଣ । ମହିଳା ବନ୍ଧ୍ୟାତ୍ୱ ସମସ୍ୟା- ଫାଲୋପିଆନ ଟ୍ୟୁବ୍ ଅବରୋଧ, ପିସିଓଡି/ପିସିଓଏସ୍ ସମସ୍ୟା ସମୟ ସୀମା ମଧ୍ୟ ଅଣ୍ଡୋତ୍ସର୍ଗ ନ ହେବା ଏବଂ ବାରମ୍ବାର ଗର୍ଭପାତ ଭଳି ଜଟିଳ ରୋଗର ବିଶେଷ ଚିକିତ୍ସା । ଶାସ୍ତ୍ର ସମ୍ମତ, ପ୍ରାକୃତିକ ଏବଂ ପାର୍ଶ୍ଵ ପ୍ରତିକ୍ରିୟା ମୁକ୍ତ ଔଷଧ ସେବନ, ପଂଚକର୍ମ ଚିକିତ୍ସା, ଶରୀରର ବିଷାକ୍ତ ପଦାଥ ଦୂର କରି ହରମୋନ ସମତା ଫେରାଇ ଆଣିବା ପାଇଁ ଆବଶ୍ୟକତା ଅନୁସାରେ ପଂଚକର୍ମ ପ୍ରକ୍ରିୟା । ବନ୍ଧ୍ୟାତ୍ୱ ଚିକିତ୍ସା ଅତି ବିଶେଷ ଓ ଅତ୍ୟନ୍ତ ଫଳପ୍ରଦ ପ୍ରକ୍ରିୟା, ଯାହା ଅଭିଜ୍ଞ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାରେ ଅତି ସୁରକ୍ଷିତ ଭାବେ କରାଯାଏ । ସୁସ୍ଥ ଶରୀର ଓ ପ୍ରଜନନ କ୍ଷମତା ବୃଦ୍ଧି ପାଇଁ ସଠିକ୍ ଦିନଚର୍ଯ୍ୟା ଏବଂ ଆହାର ବିଷୟରେ ମାଗଣା ପରାମର୍ଶ । ଏହି ସମନ୍ୱିତ ଆୟୁର୍ବେଦିକ ପଦ୍ଧତି ଦ୍ୱାରା ଅନେକ ନିଃସନ୍ତାନ ଦମ୍ପତି ଆଜି ସନ୍ତାନ ପ୍ରାପ୍ତିର ସୁଖ ପାଇପାରିଛନ୍ତି ।

Leave A Reply

Your email address will not be published.