jayashree

ମୁରିବାହାଲ ଅଲେଖ ମହିମା ମଠରୁ ୩ଦିନ ହେବ ନାବାଳକ ସାଧୁବାବା ନିଖୋଜ, ଥାନାରେ ଏତଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ମହକୁମାରେ ଥିବା ଅଲେଖ ମହିମା ମଠରୁ ସାଧୁ ଅବଧୂତ ଦାସ(ନାରାୟଣ)(ବୟସ- ୧୭)ନାମକ ଜଣେ ନାବାଳକ ମହିମା ଧର୍ମାବଲମ୍ବି ସାଧୁବାବା ୩ଦିନ ହେବ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଏତଲା ହୋଇଛି । ସେ ଗତ ୦୮ତାରିଖ ଦିନ ସକାଳ ୫ଟା ୩୦ମି. ସମୟରୁ ମଠରୁ ବାହାରି କେଉଁଆଡ଼େ ଚାଲିଯାଇଥିଲେ । ତାଙ୍କୁ ମଠର ଅନ୍ୟମାନେ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ତାଙ୍କର ସାମାନ୍ୟ ମସ୍ତିଷ୍କ ବିକୃତି ଥିବା ଯୋଗୁଁ ସେ ପୂର୍ବରୁ ମଧ୍ୟ ଅନେକଥର ମଠରୁ କେଉଁଆଡେ ଚାଲିଯାଉଥିବା ଜଣାପଡିଛି । ନିଖୋଜ ସମ୍ପର୍କରେ ମୁରିବାହାଲ ଅଲେଖ ମହିମା ମଠର ମଠାଧୀଶ ସାଧୁ ସୁଶୀଲ ଦାସ ବାବା ଥାନାରେ ଏକ ଏତଲା ଦେଇଛନ୍ତି । ପୁଲିସ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଯଦି ଯେ କୌଣସି ସହୃଦୟ ବ୍ୟକ୍ତି ସାଧୁ ଅବଧୂତ ଦାସ(ନାରାୟଣ)ଙ୍କ ସନ୍ଧାନ ପାଆନ୍ତି ତେବେ ସାଧୁ ସୁଶୀଲ ଦାସଙ୍କ ମୋବାଇଲ ନମ୍ବର- ୯୯୩୭୫୫୩୫୬୭ କିମ୍ବା ସ୍ଥାନୀୟ ଥାନାରେ ଯୋଗାଯୋଗ କରିବା ପାଇଁ ସାଧୁ ସୁଶୀଲ ଦାସ ସାଧାରଣ ଲୋକଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.