
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଓ ଆଗଲପୁର ବ୍ଲକ ଆଦିବାସୀ କଲ୍ୟାଣ ସଂଘର ମିଳିତ ଆୟୋଜନରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପାରମ୍ପରିକ ବେଶଭୂଷା, ଲୋକନୃତ୍ୟ, ବାଦ୍ୟଯନ୍ତ୍ର ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ପୂର୍ବକ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଚାରିଛକରୁ ଆଦିବାସୀ ଭବନ ଆସିଥିଲା । ଆଦିବାସୀ ଭବନ ଠାରେ ଆୟୋଜିତ ସଭାରେ ଲୋଇସିଂହା ସଂଘ ସଭାପତି ଦଶରଥ ଛତ୍ରିଆ ଓ ଆଗଲପୁର ଆଦିବାସୀ କଲ୍ୟାଣ ସଂଘ ସଭାପତି ଭୁବନେଶ୍ୱର ଧରୁଆ ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ଜମିଦାର କୁମାରୀ ଅର୍ଚ୍ଚନା ସିଂ ରାୟ ଓ ମୁଖ୍ୟବକ୍ତା ଭାବେ ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଡୁ ଯୋଗଦେଇ ଆଦିବାସୀ ସମାଜର ଐତିହ୍ୟ, ସଂସ୍କୃତି, ପରମ୍ପରା, ଅଧିକାର ଓ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଶ୍ୟାମ ସୁନ୍ଦର ଭୋଇ, ଲୋଇସିଂହା ବିଇଓ ନାରାୟଣ ଭୋଇ, ଗୋଣ୍ଡ ମହାସଭା ବଲାଙ୍ଗିର ସମ୍ପାଦକ ରାମଚନ୍ଦ୍ର ଧରୁଆ, ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଦାନନ୍ଦ ଭୋଇ ଏବଂ ବଲାଙ୍ଗିର ଏସ୍ଡିସି ଚେୟାରମ୍ୟାନ୍ ବଲ୍ଲଭ ଧରୁଆ ଯୋଗଦେଇ ଆଦିବାସୀ ସମାଜର ଏକତା, ପାରମ୍ପରିକ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା, ଯୁବପିଢ଼ିର ଶିକ୍ଷା ଏବଂ ସାମାଜିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ମଞ୍ଚ ପରିଚାଳନାରେ ସତ୍ୟ ଦଳପତି ଦାୟିତ୍ଵ ନିର୍ବାହ କରିଥିବା ବେଳେ ଲୋଇସିଂହା ଆଦିବାସୀ ସଂଘ ସମ୍ପାଦକ ଗୋପାଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରୁକ୍ମଣ ଧରୁଆ, ଲଲିତ ମୋହନ ପୁଟା, ଗୋବିନ୍ଦ ଭୋଇ, ଅଶ୍ଵିନୀ ରାଏ, ବୀରକିଶୋର ବାଗ, ଗୋବର୍ଦ୍ଧନ ଧରୁଆ, ମାଧବ ଭୋଇ, ଚନ୍ଦ୍ରଶେଖର କୁଅଁର, ଗୋବିନ୍ଦ ପୁଟା, ପ୍ରଶାନ୍ତ କହେଣ୍ଡା, ସଂକୀର୍ତ୍ତନ ସରତର, ପୂର୍ଣ୍ଣଚନ୍ଦ୍ର ଭୋଇ, ବସୁଦେବ ରାଏ, ସାନ ମାଝୀଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ସହଯୋଗ କରିଥିଲେ ।