
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାରପୁଡୁଗିଆ ଶିବ ମନ୍ଦିରର ପୁନରୁଦ୍ଧାର ସହ ଶିକ୍ଷା, କ୍ରୀଡା ଓ ଭିତ୍ତିଭୂମିର ବିକାଶ – ବାରପୁଡୁଗିଆର ସାମୂହିକ ଉନ୍ନତିର ନୂଆ ଅଧ୍ୟାୟ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ସ୍ଥିତ ସ୍ଥାନୀୟ ଶିବ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ ମୋହନ ଚରଣ ମାଝିଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ୧୦ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ବିଧାୟକ ସୂଚନା ଦେଇଥିଲେ । ଏହି ଅବସରରେ ବିଧାୟକ କହିଥିଲେ ଯେ, ମନ୍ଦିରର ପୁନରୁଦ୍ଧାର ଏକ ମହତ କାର୍ଯ୍ୟ । ଏହା ଶୀଘ୍ର ସମ୍ପୂର୍ଣ୍ଣ ହେଲେ ଅଂଚଳବାସୀ ଦଳମତ ନିର୍ବିଶେଷରେ ଏକତାର ସୂତ୍ରରେ ଆବଦ୍ଧ ହେବା ସହ ସାମୂହିକ ଉନ୍ନତିରେ ଏହା ସହାୟକ ହେବ । ପବିତ୍ର ଶ୍ରାବଣ ମାସରେ ମହାଦେବଙ୍କ ସ୍ୱତନ୍ତ୍ର ପୂଜାପାର୍ବଣ ଅବସରରେ ଏହି ଶୁଭ କାର୍ଯ୍ୟରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସମସ୍ତଙ୍କ ମଙ୍ଗଳ କାମନା କରିବା ସହ ଏକ ସୁନ୍ଦର ଓ ଭବ୍ୟ ମନ୍ଦିର ନିର୍ମାଣରେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମରେ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂସ୍କୃତ ଗବେଷକ ଡ. ସୁରେଶ ଚନ୍ଦ୍ର ଷଡଙ୍ଗୀ ମନ୍ଦିର ନିର୍ମାଣ ଦ୍ୱାରା ଅଂଚଳରେ ସୁଖ, ଶାନ୍ତି ଓ ଭାଇଚାରାର ପରିବେଶ ସୃଷ୍ଟି ହୋଇଥିବା କହିବା ସହ ଏହି ଭାଇଚାରାକୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ନିମାଇଁ ଚରଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ଜୟକୃଷ୍ଣ ମିଶ୍ର ସଂଯୋଜନା କରିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ସରିତା ବାଗ ସହ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା, ସମିତି ସଭ୍ୟ ଶକୁନ୍ତଳା କାଲସାଏ, ପ୍ରଦ୍ୟୁମ୍ନ ହୋତା, ସମିତି ସଭ୍ୟ, କୈଳାସ ମହାନ୍ତି ଓ ନିହାର ରଞ୍ଜନ ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ । ସେହିପରି ସଦାନନ୍ଦ ମହଲା, ପରମେଶ୍ୱର ନାଏକ, ସନ୍ତୋଷ ନାରାୟଣ ମିଶ୍ର, ଲବ ବାଗ, ସଂଜୟ ନାଏକ, ବିଶ୍ୱରାଜ ସାଏ, ଚୈତନ୍ୟ ସା, ଘାସିରାମ ଭୋଇ, ଗିରିଧାରୀ କାଲସାଏ, ଗଦନ ସାହୁ, ରମେଶ ମହଲା, ଅନିଲ ସେଠ୍, ରିଙ୍କୁ ନାଏକ, ବଳରାମ ନାହାକ, ଭରତ ବରିହା, ରାଜୀବ ସାହୁ, କୃଷ୍ଣଚନ୍ଦ୍ର ମାହାର ଓ ଶଙ୍କର ଜାଲଙ୍କ ସମେତ ଶତାଧିକ ଅଂଚଳବାସୀ ଉପସ୍ଥିତ ଥିଲେ । ଏହି ଅବସରରେ ଅଂଚଳବାସୀଙ୍କ ପକ୍ଷରୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ମିନି ଷ୍ଟାଡିୟମ, ଲାଇବ୍ରେରୀ ହଲ, କମ୍ପ୍ୟୁଟର ଶିକ୍ଷା ଏବଂ ବେଞ୍ଚ ଡେକ୍ସ ବ୍ୟବସ୍ଥା କରିବା ନିମନ୍ତେ ପଦକ୍ଷେପ ନେବାକୁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।