
ସଇଁତଲା, (ଖୁସିରାଣୀ ସାହୁ) : ୧୯୯୪ ମସିହାରେ ସଂଯୁକ୍ତ ରାଷ୍ଟ୍ର ସଂଘର ସାଧାରଣ ସଭାରେ ଅଗଷ୍ଟ ୯ ତାରିଖକୁ ବିଶ୍ୱ ଆଦିବାସୀ ଦିବସ ଭାବେ ପାଳନ କରିବା ପାଇଁ କୁହାଯାଇଥିଲା ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଆଦିବାସୀ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ସଇଁତଳାରେ ବି ଆଦିବାସୀ ଦିବସ ପାଳନ କରାଯାଇଛି, ଆଦିବାସୀଙ୍କ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଓ ବାଦ୍ୟରେ ସହର ପରିକ୍ରମା କରିଥିଲେ । ଆଦିବାସୀ ମାନଙ୍କ ଭାଷା କଳା ଓ ପରମ୍ପରାକୁ ବଜାୟ ରଖିବା, ଜଳ ଜଙ୍ଗଲ ଜମିକୁ ସୁରୁକ୍ଷା କରିବା ଓ ଶିକ୍ଷା ସ୍ୱାସ୍ଥ୍ୟ ଓ ଆର୍ଥିକ ବିକାଶ କ୍ଷେତ୍ରରେ ସେମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ଏହି ଦିବସର ଉଦ୍ଦେଶ୍ୟ ବୋଲି ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା ସୁରେନ୍ଦ୍ର ସିଂ ଭୋଇ କହିଛନ୍ତି ।