
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସାମ୍ୱାଦିକ ଭବନରେ ମିଳିତ କୃଷକ ମଞ୍ଚର ବଡ଼ ସାମ୍ୱାଦିକ ସମ୍ମିଳନୀ । ବଲାଙ୍ଗିର ଜିଲ୍ଲାର ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମିଳିତ କୃଷକ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଚାଷଜମି ପ୍ରଭାବିତ ହୋଇଥିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ଏଥିସହ ଧାନକ୍ରୟ ସମୟରେ ଚାଷୀଙ୍କୁ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ସରକାରୀ ବ୍ୟବସ୍ଥା ସୁଦୃଢ଼ କରିବାକୁ କୁହାଯାଇଛି । ଫସଲ ବୀମା ରାଶି ପ୍ରଦାନ, ବକେୟା ଟଙ୍କା ପ୍ରଦାନ ଓ ଚାଷୀଙ୍କ ଅନ୍ୟାନ୍ୟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ମଧ୍ୟ ଦାବି ରହିଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।