
ବଲାଙ୍ଗିର, (କେପିଏନ୍ଏସ୍) : କଟକ ସ୍ଥିତ ଜୱାହାର ଲାଲ୍ ଇଣ୍ଡୋର ଷ୍ଟାଡିୟମରେ ଅନଷ୍ଠିତ ରାଜ୍ୟସ୍ତରୀୟ ଅସିଚାଳନା ପ୍ରତିଯୋଗିତାରେ ବାଜିମାତ୍ କରିଛନ୍ତି ଏକାଡେମିକ ହାଇଟ୍ସ ପବ୍ଲିକ୍ ସ୍କୁଲ, ବଲାଙ୍ଗିରର ଛାତ୍ରଛାତ୍ରୀ । ଏଥିରେ ବିଭିନ୍ନ ବିଭାଗରେ ବିଦ୍ୟାଳୟର ୧୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୧୪ ବର୍ଷରୁ କମ୍ ବିଭାଗରେ ସ୍ନିତି ଉଦ୍ଗାତା ଏବଂ ରୁଦ୍ରାକ୍ଷ ସ୍ୱାଇଁ କାଂସ୍ୟ ପଦକ, ୧୨ ବର୍ଷରୁ କମ୍ ବିଭାଗରେ ଦିବ୍ୟଙ୍କା ନାୟକ ସ୍ୱର୍ଣ୍ଣ ତଥା ଭ୍ୟୋମ୍ ସାହୁ, ଅତୁଲ୍ ଝାଙ୍କର, ଆୟାଂଶ ରାୟ ଚୌଧୁରୀ ଏବଂ ଆୟୁଶ୍ରୀ ରାଉତ କାଂସ୍ୟ ପଦକ ଓ ୧୦ ବର୍ଷରୁ କମ୍ ବିଭାଗରେ ପ୍ରିୟଙ୍କା ଖମାରୀ ସ୍ୱର୍ଣ୍ଣ ପଦକ, ଇପ୍ସିତ ନାଏକ, ସୁନେଇନା ନାଏକ ରୌପ୍ୟ ପଦକ ତଥା ଆୟଂଶ ରାୟ ଚୌଧୁରୀ ଓ ପ୍ରତ୍ୟୁଷ କୁମାର ସାହୁ କାଂସ୍ୟ ପଦକ ହାସଲ କରିଛନ୍ତି । ଉକ୍ତ ପ୍ରତିଯୋଗିତାଟି ଦୀର୍ଘ ଚାରି ଦିନ ଧରି ଚାଲିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ଗୀତା ଦାସ, ଗଙ୍ଗାଧର ବେହେରା, କଟକ ଫେନ୍ସିଂ ଆସୋସିଏସନ୍ର ଅଧ୍ୟକ୍ଷ ଶ୍ରୀତମ ଦାସ, ଉପାଧ୍ୟକ୍ଷ ରମେଶ ମଲ୍ଲିକ, ଓଡ଼ିଶା ଫେନ୍ସିଂର ସଚିବ ଦେବେନ୍ଦ୍ର କୁମାର ସାହୁ ଏବଂ ସୁମିତ ରଞ୍ଜନ ପୁରୋହିତ, କଟକ ମହାନଗର ନିଗମର କମିଶନର ଶ୍ରୀମତୀ କିରଣ ଦୀପ କୌର ସାହୋତା ଏବଂ ଶ୍ରୀତମ ଦାସ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ସଫଳତା ବିଦ୍ୟାଳୟ ପରିସରରେ ଖୁସିର ଲହରୀ ଆଣି ଦେଇଥିବା ବେଳେ ବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ଶତପଥୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶୃଙ୍ଖଳା, ସାହସ, ଧୈର୍ଯ୍ୟ, ଦଳଗତ ଭାବନା ଓ ପ୍ରତିଯୋଗିତା ମୂଳକ ଭାବନାରେ ସହାୟକ ହେବ ବୋଲି ମତ ବ୍ୟକ୍ତ କରିଛନ୍ତି । ବିଦ୍ୟାଳୟର ନିର୍ଦ୍ଦେଶକ ଅଜିତ ଶତପଥୀ, ଅଧ୍ୟକ୍ଷ ବିଶ୍ୱରଞ୍ଜନ ରାୟ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚପଳା ମିଶ୍ର ତଥା ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।