jayashree

ଦିୱାନଡିହି ଠାରେ ଶ୍ରାବଣୀ ମହୋତ୍ସବର ଦ୍ଵିତୀୟ ସୋମବାର ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଖଳିଆପାଲି ପଞ୍ଚାୟତ ଅନ୍ତର୍ଗତ ଦିୱାନଡିହି ସ୍ଥିତ ଉଭା ଶିବ ମନ୍ଦିର ଠାରେ ଆସନ୍ତା ଶ୍ରାବଣ କୃଷ୍ଣ ପ୍ରତିପଦ ଠାରୁ ଆରମ୍ଭ ହୋଇଥିବା ଶ୍ରାବଣୀ ମହୋତ୍ସବର ଦ୍ଵିତୀୟ ସୋମବାର ତଥା ଦ୍ୱାଦଶ ଦିନରେ ପହଞ୍ଚିଛି । କର୍ତ୍ତା ଭାବରେ ଅଧିକାଂଶ କୁଦେଇ ଧର୍ମପତ୍ନୀ ଅନୁସୟା କୁଦେଇ ଦାୟିତ୍ୱ ତୁଲାଇ ଥିଲେ । ଅନୁଷ୍ଠାନର ମୁଖ୍ୟ ପୂଜକ ପୁର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ସର୍ବ ପ୍ରଥମେ ଅଖଣ୍ଡ ଦୀପ ପ୍ରଜ୍ୱଳନ ପୂର୍ବକ ପୂଜାରମ୍ଭ କରିଥଲେ । ଏହାପରେ ବିଧିବଦ୍ଧ ଭାବରେ ଗୁରୁପୂଜା, ମଙ୍ଗଲାଷ୍ଟକ ପାଠ, ସୂର୍ଯ୍ୟପୂଜା, ଗୋପୂଜା, ମାତୃପୂଜା, ବ୍ରାହ୍ମଣ ବରନ, ମହାମୃତ୍ୟୁଞ୍ଜୟ ଜପ ଓ ରୁଦ୍ରାଭିଷେକ ସଂପନ୍ନ ହୋଇଥିଲା । ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ, ହେମନ୍ତ ଷଡ଼ଙ୍ଗୀ, ଡୋଳାମଣୀ ଦାଶ ପ୍ରମୁଖ ପଣ୍ଡିତ ବିହିତ ପୂଜା, ହୋମ ଜପରେ ସହଯୋଗ କରିଥିଲେ । ମନ୍ଦିରର ପୂଜାହାରୀ ବସୁଦେବ ବାଗ ଶବର ମଧ୍ୟ ସହଯୋଗ କରିଥଲେ । ପରିଶେଷରେ ଉପସ୍ଥିତ ଭକ୍ତ ମାନଙ୍କୁ ପ୍ରସାଦ ଦିଆ ଯାଇଥିଲା ।

Leave A Reply

Your email address will not be published.