jayashree

ଅଞ୍ଚଳ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମେଳନ କକ୍ଷରେ ‘ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ’ ଆନୁକୂଲ୍ୟରେ ଆୟୋଜିତ ଛଅ ଦିନିଆ ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ଶିବିର ସୋମବାର ଉତ୍ସାହର ସହ ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଦିଗାମ୍ବର ଚାନ୍ଦଙ୍କ ସଭାପତିତ୍ୱ ଏବଂ ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଶର୍ମିଳା ପଣ୍ଡାଙ୍କ ସୁପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଆଇ.କ୍ୟୁ.ଏ.ସି. ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର ଛାତ୍ରୀମାନଙ୍କୁ ସାହସୀ ଓ ଆତ୍ମନିର୍ଭରଶୀଳ ହେବାକୁ ପ୍ରେରଣାଦାୟୀ ବକ୍ତବ୍ୟ ଦେଇଥିଲେ । ମାଷ୍ଟର୍ ଟ୍ରେନର୍ ନମ୍ରତା ତାଣ୍ଡିଙ୍କ ନିଷ୍ଠାପର ତାଲିମରେ ଶତାଧିକ ଛାତ୍ରୀ ଆତ୍ମରକ୍ଷାର କୌଶଳ ଶିଖି ନିଜ ଭିତରେ ନୂଆ ବିଶ୍ୱାସ ଆବିଷ୍କାର କରିଥିଲେ । ଅଧ୍ୟାପକ ନିର୍ମଳ କୁମ୍ଭାର ଓ ବିଜୁଳି ମିସ୍ତ୍ରୀ କାନ୍ତିଲାଲ ରଣାଙ୍କ ଅକୁଣ୍ଠ ସହଯୋଗ ଶିବିରକୁ ସଫଳ କରିଥିଲା ।

Leave A Reply

Your email address will not be published.