jayashree

ସେବାଶାନ୍ତି ସଂଗଠନ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରଵ୍ଳକ ଅନ୍ତର୍ଗତ ଶିବତଲା ଗ୍ରାମର ସେବାଶାନ୍ତି ସଂଗଠନ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବୃକ୍ଷରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଗ୍ରାମର ବଜାର ପରିସର ଏବଂ ସର୍ବ ପୂରାତନ ଧବଳେଶ୍ଵର ମନ୍ଦିରରେ ଅନେକ ପ୍ରକାର ଗଛ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ପାଇଁ ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂଦେଓ, ବ୍ଳକ୍ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା, ସମବାୟ ସମିତି ସଭାପତି ପ୍ରଦ୍ୟୁମ୍ନ ହୋତା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଟୁନା ସ୍ୱାଇଁ,କୈଳାଶ ମହାନ୍ତି ପହଞ୍ଚି ବୃକ୍ଷରୋପଣ ସହିତ ଗଛକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସଂଘର କାର୍ଯ୍ୟକର୍ତ୍ତାମାନେ ଦିନ ତମାମ ସକାଳ ନଅଟାରୁ ତିନିଟା ପର୍ଯ୍ୟନ୍ତ ପ୍ରାୟ ଶହେରୁ ଅଧିକ ଗଛ ରୋପଣ କରିଥିଲେ ।

Leave A Reply

Your email address will not be published.