
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକ ଆଗଲପୁର ଥାନା ଛକରୁ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ବିଜେପି ପକ୍ଷରୁ ବାଇକ୍ ରାଲି ଯୋଗେ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । ଆଗଲପୁର ଜୋନ ୧ର ମଣ୍ଡଳ ସଭାପତି ହିମାଂଶୁ ସାହୁ ଓ ଜୋନ ୨ର ବିଧାୟକ ପ୍ରତିନିଧି ପିତାମ୍ବର କଣ୍ଟାଙ୍କ ନେତୃତ୍ୱରେ ଅନୁଷ୍ଠିତ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଥାନା ଛକରୁ ଆଗଲପୁର ବସ୍ତି ପରିକ୍ରମା କଲା ପରେ ବାଇକ୍ ଯୋଗେ ରୋତ, ଉପରବାହ।ଲ, ଡୁଡୁକା, ସାଲେଭଟା, ନଅଗାଁ(ଖ) କାର୍ଯ୍ୟାଳୟକୁ ପହଞ୍ଚି ଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ରିଙ୍କୁ ସାହୁ, ଜୋନ ୧ର ଯୁବମୋର୍ଚ୍ଚା ସଭାପତି ସୁକେଶ ଥପା, ଜୋନ ୨ର ଯୁବମୋର୍ଚ୍ଚା ସଭାପତି ଧିରେନ ପଟେଲ, ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ରାଜୀବ ଲୋଚନ ଭୋଇ, ପାଣ୍ଡବ ପୁ ଟେଲ, ସିଭିଲ ସାହୁ, ସଞ୍ଜୟ ମେହେର, ମଣ୍ଟୁ ମେହେର, ଜୟନ୍ତ ସେଠ, ଚମ୍ପେଶ୍ଵର ଦୋରା, ଉତ୍ତମ ନାୟକ, ପ୍ରେମାନନ୍ଦ ପଧାନ, ସଚ୍ଚିକାନ୍ତ ପଟେଲ, ଦୁଃଖନାଶନ ପଧାନ, ସଞ୍ଜୀବ ଦାସ, ବିକାଶ ଗଡତିଆ, ନରେନ୍ଦ୍ର ଗଡତ୍ୟା ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଲୋଇସିଂହା ବ୍ଲକ ଏବଂ ପୁଇଁନ୍ତଲା ବ୍ଲକ ଗସ୍ତରେ ଯାଇଥିବା ଦଳୀୟ ସୂତ୍ରରୁ ପ୍ରକାଶ ।