
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବଡ଼ଅନକୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଫରେଷ୍ଟ ଗାର୍ଡ ରାଧାକାନ୍ତ ମେହେର ଯୋଗଦେଇ ଚାରାରୋପଣର ଆବଶ୍ୟକତା ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଉପଯୁକ୍ତ ଯତ୍ନ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଚାରାରୋପଣ କରିଥିଲେ । ଏହି ଅବସରରେ ୭୦ଟି ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରିପୁଦଳନ ବେହେରା, ଭଗବତୀ ସାହୁ, ସୁରେଶ ଚନ୍ଦ୍ର ଦାଶ, ଆକାଶ ମାହାର, ଭୁବନେଶ୍ୱର ମେହେର, ଶୁଭଶ୍ରୀ ସ୍ୱପ୍ନା ସିଂ ବରିହା ପ୍ରମୁଖ ସହଯୋଗ କରିଥିବା ବେଳେ ଅକ୍ଷୟ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।