
ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ଅଭିଯାନ ତାଲିମ ଶିବିର ଉଦଯାପିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଗତ ୦୩ ତାରିଖରୁ ଛଅଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ଅଭିଯାନ ତାଲିମ ଶିବିର ଶନିବାର ଉଦଯାପିତ ହୋଇଯାଇଛି । ଉଭୟ ଉଦଘାଟନୀ ଓ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକ, ସମ୍ମାନୀତ ଅତିଥି ଅଧ୍ୟାପକ ଗୁଣସାଗର ମେହେର ଓ ସୋମେଶଦତ୍ତ ହୋତା, ମୁଖ୍ୟବକ୍ତା ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ “ଆତ୍ମ ସୁରକ୍ଷା ଜୀବନ ରକ୍ଷା” ବୋଲି ମତବ୍ୟକ୍ତ କରିଥିବା ବେଳେ ଦକ୍ଷ ପ୍ରଶିକ୍ଷିକା ଯାଜ୍ଞସେନୀ ମାଝୀ ଆତ୍ମସୁରକ୍ଷା ତାଲିମ ପ୍ରଦାନ କରିଥିଲେ । ଏହି ଶକ୍ତିଶ୍ରୀ ପ୍ରଶିକ୍ଷଣ ଶିବିରରେ ପ୍ରଥମ ଓ ଶେଷ ବର୍ଷର ୭୦ଜଣ ଛାତ୍ରୀ ଅଂଶଗ୍ରହଣ କରି ତାଲିମ ଗ୍ରହଣ କରିଥିଲେ । ଶକ୍ତିଶ୍ରୀ ଶିବିର କାର୍ଯ୍ୟକ୍ରମକୁ ସଂଯୋଜିକା ଅଧ୍ୟାପିକା ଯଶୋସ୍ମିତା ବେହେରା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସରିତା ରଣା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ମହିଳାମାନେ କିପରି ନିଜେ ନିଜର ଆତ୍ମ ସୁରକ୍ଷା କରିପାରିବେ ଏବଂ ନିଜକୁ ନିଜେ ସୁରକ୍ଷା ଦେବାର କୌଶଳ ବିଷୟରେ ବିଷଦ ଆଲୋଚନା ହୋଇଥିଲା । ଛାତ୍ରୀମାନେ ପାଇଥିବା ତାଲିମର ଅନୁଭୂତି ବର୍ଣ୍ଣନା କରିଥିଲେ ଓ ସେହି ଶିକ୍ଷାକୁ କିପରି କାର୍ଯ୍ୟରେ ପରିଣତ କରିବେ ଶପଥ ନେଇଥିଲେ । ସମସ୍ତ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଘନଶ୍ୟାମ ଖମାରୀ, ଭ୍ରୀଙ୍ଗରାଜ ରଣା, ଫାଲଗୁନୀ ଦାସ, ପ୍ରେମଚାନ୍ଦ ତାଣ୍ଡି, ଛନ୍ଦାଚରଣ ଖୁଣ୍ଟିଆ, ପଙ୍କଜ ସାହୁ, ଶୈଲିକା ନାଏକ, ପର୍ଶୁରାମ ବାଗ, ଚନ୍ଦ୍ରିକା ସାହୁ, ବାସୁଦେବ ଦଳାଇ, ଶରତ ପଧାନ, ଲଳିତ ବଘାର, ଶଶି ପଶାୟତ ଓ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।