
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ବାସନ୍ତି ସେଠୀ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ସମ୍ପାଦକ ଅଗସ୍ତି ବଘାର, ପ୍ରଫୁଲ୍ଲ ବଘାର, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣାଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରାଥମିକ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରାଯିବାକୁ ନିଷ୍ପତ୍ତି ନିଆଯାଇ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ସ୍ଵାଧୀନତା ଦିବସ ଦିନ ସକାଳୁ ପ୍ରଭାତ ଫେରି, ରାମଧୁନ ଗାନ, ନିଜ ନିଜ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ପରେ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ବ୍ଲକସ୍ତରୀୟ ସ୍ଵାଧୀନତା ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଅତିଥିଙ୍କ ଦ୍ଵାରା ସମବେତ ପ୍ୟାରେଡ ଅଭିବାଦନ ଗ୍ରହଣ କରିସାରିବା ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଶେଷରେ ଦଳୀୟ ଆକାରରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଏଇଇ ଅବିନାଶ ମୁଦି, ଜିପିଡିଓ ପ୍ରସନ୍ନ କୁମାର ନାଗ, ଏବିଇଓ କୋଦଣ୍ଡଧର ଭୋଇ, ଦମକଳ ବିଭାଗ ଓଆଇସି ଶ୍ରୀକାନ୍ତ ସେଠ୍, ଆର୍ଡବ୍ଲୁଏସ୍ଏସ୍ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ବାଗ, ପ୍ରଧାନଆଚାର୍ଯ୍ୟ ସୁମନାନନ୍ଦ ଖମାରୀ, ଖେଳଶିକ୍ଷକ ରାଧେକୃଷ୍ଣ ବଘାର, ନିତେଶ ତାଣ୍ଡି, ସୁନନ୍ଦ ପଧାନ, ଝସକେତନ ରାଜହଂସ, ରାଜ ସିଂ ବାବୁ, ରୁପେଶ ଷାଣ୍ଡ, ସାମ୍ବାଦିକ ଗିରିଧାରୀ ସାହୁ, ପ୍ରେମାନନ୍ଦ ତାଣ୍ଡି, ଜୟନ୍ତ କୁମାର ସାହୁ, ନବୀନ ତାଣ୍ଡି, କେଦାର ବଡଜେନା, ଅମରେଶ ମାଝୀ, ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀଙ୍କ ସହ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷକ ଓ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଏସ୍ଏସ୍ଓ ତଥା କମିଟିର କୋଷାଧ୍ୟକ୍ଷ ରିଙ୍କୁ ମେହେର କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଦେଇଥିଲେ ।