
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା କୁକୁରଖାଇ ଛକରେ ଅବକାରୀ ବିଭାଗର ଚଢ଼ାଉ । କ୍ଷୀର ଜାର ଭିତରେ ଗଞ୍ଜେଇ ଭର୍ତ୍ତି କରି ଦୁଇଟି ବାଇକ୍ରେ ଚାଲାଣ କରୁଥିବା ବେଳେ ତିନି ଜଣଙ୍କୁ ଧରିଛି ତୁଷୁରା ଅବକାରୀ ବିଭାଗ । ଗିରଫ ଯୁବକମାନେ ଛତିଶଗଡ଼ର ବିଳାସପୁର ଅଞ୍ଚଳର ମୋହିତ ବୈଷ୍ଣବ, ସୁରଜ ମାହାନ ଓ ରାଜୁ ବଂଶଳ ବୋଲି ଜଣାପଡ଼ିଛି । ସେମାନେ ବୌଦ୍ଧ ଜିଲ୍ଲା ଦେଉଳି ଅଞ୍ଚଳରୁ ଗଞ୍ଜେଇ ଆଣି ଛତିଶଗଡ଼କୁ ଚାଲାଣ କରୁଥିବା ସୂଚନା ମିଳିଛି । ସେମାନଙ୍କ ଠାରୁ ୪୪ କେଜି ଗଞ୍ଜେଇ, ଦୁଇଟି ବାଇକ୍ ଓ ବିଭିନ୍ନ ରାଜ୍ୟର ଗାଡ଼ି ନମ୍ବର ପ୍ଲେଟ୍ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ୪ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅନ୍ନପୂର୍ଣ୍ଣା ରଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।