jayashree

କପିଲାଭଟା ହାଇସ୍କୁଲରେ ପିସିଏମ୍ ଓ ସିବିଜେଡ ଶିକ୍ଷକଙ୍କ ଡେପୁଟେସନ ପାଇଁ କଣ୍ଟାବାଞ୍ଜି ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଳାଭଟା ଗ୍ରାମ ପଞ୍ଚାୟତ ହାଇସ୍କୁଲରେ ପିସିଏମ୍ ଓ ସିବିଜେଡ ଶିକ୍ଷକଙ୍କ ଡେପୁଟେସନ ପାଇଁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପୁରାତନ ଛାତ୍ର ତଥା ମା ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ସାମିଲ ହୋଇଥିଲେ । କପିଲାଭଟା ହାଇସ୍କୁଲ ଟି ଏକ ନୂତନ ସହାୟତା ପ୍ରାପ୍ତ ହାଇସ୍କୁଲ ଯାହା ପ୍ରାୟ ୨୦୦ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ୨୦୦୯ ମସିହାରୁ ପିସିଏମ୍ ଓ ସିବିଜେଡ ଶିକ୍ଷକଙ୍କ ପଦବୀ ଖାଲି ପଡ଼ିଛି । ପୂର୍ବରୁ, ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚୁଲିଫୁଙ୍କାର ଦୁର୍ଗାପ୍ରସାଦ ପାଣିଗ୍ରାହୀ ପିସିଏମ୍‌ଙ୍କୁ ସପ୍ତାହରେ ତିନି ଦିନ ପାଇଁ କପିଲାଭଟା ହାଇସ୍କୁଲରେ ଡେପୁଟେସନ କରାଯାଇଥିଲା । କିନ୍ତୁ, ଏହି ବର୍ଷ ତାଙ୍କୁ ବଲାଙ୍ଗିରର ପି. ଆର ହାଇସ୍କୁଲକୁ ସ୍ଥାନାନ୍ତର କରାଯାଇଛି । ଫଳରେ ଗଣିତ ଏବଂ ବିଜ୍ଞାନ ପଢ଼ାଇବାରେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛି । ଏହି ଅଭାବ ସତ୍ତ୍ୱେ, ଗତ ଛଅ ବର୍ଷ ଧରି ମାଟ୍ରିକ ପରୀକ୍ଷା ଫଳାଫଳ ୯୫ ପ୍ରତିଶତ ଉପରେ ରହୁଛି । ବଙ୍ଗୋମୁଣ୍ଡା ବ୍ଲକ ମଧ୍ୟରେ ଥିବା ନିକଟସ୍ଥ ଯେକୌଣସି ହାଇସ୍କୁଲରୁ ସପ୍ତାହରେ ତିନି ଦିନ ପାଇଁ ଜଣେ ପିସିଏମ୍ ଶିକ୍ଷକ ଏବଂ ଜଣେ ସିବିଜେଡ ଶିକ୍ଷକଙ୍କୁ ନିଯୁକ୍ତ କରିବା ପାଇଁ ଦାବି କରାଯାଇଛି ।

Leave A Reply

Your email address will not be published.