
ବାଲେଶ୍ୱର, (କେପିଏନ୍ଏସ୍) : ବାଲେଶ୍ୱର ଜିଲ୍ଲାରେ ମଠ ସମ୍ପତି ଜବର ଦଖଲକୁ ନେଇ ପ୍ରତିବାଦ, ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ଠାରେ ଥିବା ନୃସିଂହନାଥ ମଠ ଜମିକୁ ଜବରଦଖଲ କରି ବେଆଇନ୍ ଭାବେ ଜଣେ ବ୍ୟକ୍ତି ସେଠାରେ ରାଧାଶ୍ୟାମ ଷ୍ଟୋନ୍ କ୍ରସର ଚଳାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବ୍ୟକ୍ତି ଜଣକ ସାଢେ ତିନି ଏକରରୁ ଅଧିକ ଜମି ଜବର ଦଖଲ କରି ସେଠାରେ ଷ୍ଟୋନ୍ କ୍ରସର ଖୋଲି ବ୍ୟବସାୟ କରିବା ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ଏହି ମନ୍ଦିର ଟ୍ରଷ୍ଟ ବୋର୍ଡରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଯଥା ଖଇରା ତହସିଲଦାର, ଖଇରା ଥାନା ଅଧିକାରୀ ଓ ଆର.ଆଇ. ସଦସ୍ୟ ଥିବା ସତ୍ତ୍ୱେ ବି ଜବର ଦଖଲ ଉଚ୍ଛେଦ କରିବା ପାଇଁ ଆନ୍ତରିକତା ନଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।