jayashree

ନୂଆଖାଇ ପାଇଁ ବାହାରିଲା ଲଗ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ବଲାଙ୍ଗିର ଜିଲ୍ଲାର ଶୁଭ ଲଗ୍ନ ଘୋଷଣା ହୋଇଛି । ଚଳିତ ବର୍ଷ ଆସନ୍ତା ୧୫ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଦିନ ସମଗ୍ର ଜିଲ୍ଲାରେ ନୂଆଖାଇ ପାଳନ କରାଯିବ । ଚିରାଚରିତ ପରମ୍ପରା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ଏବଂ ରାଜପୁରୋହିତଙ୍କ ସିଦ୍ଧାନ୍ତ କ୍ରମେ ଏହି ଶୁଭ ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ପୂର୍ବତନ ପାଟଣା ଷ୍ଟେଟ୍‌ର ଇଷ୍ଟଦେବୀ ଶ୍ରୀ ଶ୍ରୀ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ରାଶି-ନକ୍ଷତ୍ର ଏବଂ ପରମ୍ପରାକୁ ଆଧାର କରି, ସେଦିନ ବିଶୁଦ୍ଧ ତୁଳ ଲଗ୍ନର ଅମୃତ ବେଳାରେ ସକାଳ ୯ଟା ୩୬ ମିନିଟ୍‌ରୁ ୧୦ଟା ୧୦ ମିନିଟ୍‌ ମଧ୍ୟରେ ନବାନ୍ନ ବିଧି ସମ୍ପନ୍ନ ହେବ । ଏହି ଲଗ୍ନ ସମୟରେ ସମଗ୍ର ବଲାଙ୍ଗିର ଜିଲ୍ଲାରେ ଘରେ ଘରେ ନୂଆ ଅନ୍ନ ଭୋଗ ଲାଗିବ ଏବଂ ପରିବାର ସହ ଗଣପର୍ବ ନୂଆଖାଇ ପାଳନ କରାଯିବ । ଏହି ସମ୍ବନ୍ଧୀୟ ସୂଚନା ପାଟଣା ମହାରାଜାଙ୍କ ହାଉସହୋଲ୍ଡ ଅଫିସ୍, ଶୈଳଶ୍ରୀ ପ୍ୟାଲେସ୍, ବଲାଙ୍ଗିର ପକ୍ଷରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.