
ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷଙ୍କ ଦୁର୍ଗା ତନ୍ତୀଙ୍କ ଟାଟା ପାୱାର ସହିତ ବୈଠକ ଆୟୋଜିତ
- ସମସ୍ୟାର ସମାଧାନ ପାଇଁ ଦୃଢ଼ ଇଛାଶକ୍ତି ଦରକାର – ବିଧାୟକ ଦୁର୍ଗା ତନ୍ତୀ
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ବିଦ୍ୟୁତ ଜନିତ ସମସ୍ୟାର ସମାଧାନ ନିମିତ୍ତ ରଘୁନାଥପଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ଅଧକ୍ଷତାରେ ଆଜି ରାଉରକେଲା ସ୍ମାର୍ଟ ସିଟି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡଃ. ଶୁଭଙ୍କର ମହାପାତ୍ରଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଯୋଗଦେଇଥିବା ବିଭିନ୍ନ ଅଞ୍ଚଳର ବିଦ୍ୟୁତ ଗ୍ରାହକମାନେ ନିଜ ନିଜର ସମସ୍ୟା ସମ୍ବନ୍ଧରେ ଉପସ୍ଥିତ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗ୍ରାହକ ମାନଙ୍କ ଅଭିଯୋଗ ଶୁଣିବା ପରେ ବୈଠକରେ ଉପସ୍ଥିତ ଥିବା ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜିତ କୁମାର ନାୟକ ଏବଂ ଏସ୍ଡ଼ିଓମାନେ ଲୋକଙ୍କୁ ଉତ୍ତର ରଖିଥିଲେ । ଲୋକଙ୍କ ସମସ୍ୟା ଶୁଣି ଉପସ୍ଥିତ ଥିବା ଜିଲ୍ଲାପାଳ ମଧ୍ୟ ଲୋକମାନଙ୍କର ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଟାଟା ପାୱାର କମ୍ପାନୀର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ତଥା ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ବକ୍ତବ୍ୟ ମାଧ୍ୟମରେ ସେ ଯେ କୌଣସି କାର୍ଯ୍ୟ ହେଉନା କାହିଁକି ସବୁ କ୍ଷେତ୍ରରେ ସମସ୍ୟା ଆସିବ । ତେବେ ସମସ୍ୟାକୁ ଦେଖି ଯଦି ଦୂରେଇଯିବା ତେବେ ସମସ୍ୟା ବୃଦ୍ଧି ପାଇବ । ତେଣୁ ଯେକୌଣସି ପରିସ୍ଥିତି ଆସୁନା କାହିଁକି ନିଜ ଭିତରେ ଦୃଢ଼ ଇଛାଶକ୍ତି ଥିଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ପ୍ରକାଶ କରିଥିଲେ । ଏହି ବୈଠକରେ ଟାଟା ପାୱାର କମ୍ପାନୀର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜିତ କୁମାର ନାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଜିଲ୍ଲା ଯୋଜନା ବୋର୍ଡ଼ର ଉପ ନିର୍ଦେଶକ ସୁଶିଲା ଟପ୍ପୋ ମଧ୍ୟ ଉପସ୍ଥିତ ଥିଲେ ।