
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣି ଶିକ୍ଷାନୁଷ୍ଠାନ ମଧ୍ୟରୁ ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ ଅନ୍ୟତମ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦାୟିତ୍ୱ ଭାର ପ୍ରଦାନ ଉତ୍ସବ ଯାହାକି ଇନ୍ଭେଷ୍ଟିଚର ସେରୀମୋନି ସ୍କୁଲ ଆସେମ୍ବଲି ହଲ୍ ଠାରେ ବୁଧବାର ଅପରାହ୍ନ ୧୨ଟାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ସ୍କୁଲର ଶିକ୍ଷକ ସୁରେନ୍ଦ୍ର ଦାଶ ଓ କିଶୋର ଦାଶ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ମହାନ୍ତି, ସମ୍ମାନିତ ଅତିଥି ଭାବେ ସ୍କୁଲ ମ୍ୟାନେଜମେଣ୍ଟ କମିଟିର ଆନନ୍ଦ ଜୈନ । ଏମାନଙ୍କ ସହ ସ୍କୁଲ ଉପାଧ୍ୟକ୍ଷ ପୀତାମ୍ବର ଶର୍ମା, ସ୍କୁଲ ଡାଇରେକ୍ଟର ଏଡ୍ମିନ୍ ଧରିତ୍ରୀ ମହାନ୍ତି, ଡାଇରେକ୍ଟର ଏକାଡେମିକ ରବି ଯାଦବ, ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁ ଚୌଧୁରୀ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପରେ ଦାଦିଜିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ତା’ ପରେ ଉପାଧ୍ୟକ୍ଷ ପିତାମ୍ବର ଶର୍ମା ଅଭିଭାଷଣ ପ୍ରଦାନ କରିବା ପରେ ସଂଚାଳକଙ୍କ ଦ୍ୱାରା ଇନଭେଷ୍ଟିଚର ସେରିମୋନି ବିଷୟରେ ଅବଗତ କରାଇଥିଲେ । ଏହାପରେ ସେରୀମୋନି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଛାତ୍ର ପରିଷଦ ସଦସ୍ୟମାନଙ୍କୁ ଢୋଲ ବାଦ୍ୟ ଓ ଛାତ୍ର ଛାତ୍ରୀଙ୍କ କରତାଳିରେ ଧୁବଲେ ଦଲବେହେରାଙ୍କ ନିର୍ଦ୍ଦେଶନାରେ ସମସ୍ତ ଅତିଥି ଓ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦ୍ଵାରା ସେସ୍ ପ୍ରଦାନ କରାଯାଇଥିଲା । ତା’ ପରେ ଛାତ୍ର ପରିଷଦର ସମସ୍ତ ସଦସ୍ୟଙ୍କୁ ପିତାମ୍ବର ଶର୍ମା ଶପଥ ପାଠ କରାଇଥିଲେ । ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ବନମାଳୀ ପଣ୍ଡା ଶିକ୍ଷକ ବନମାଳୀ ପଣ୍ତା । ଏହାପରେ ଦାୟିତ୍ୱ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସଭା ଉପରକୁ ଡାକି ତାଙ୍କର ଦାୟିତ୍ୱ ଠିକ୍ ଭାବରେ ନିର୍ବାହ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସ୍କୁଲର ଅଭିଷେକ ବହିଦାର, ବିଭି ପାଣି ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।