
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ଖଦାଳପଡା ରୋଡ ପୁଷ୍ପଲତା ଗ୍ୟାସ ଏଜେନ୍ସୀ କ୍ୟାମ୍ପସ ଠାରେ “ହାପ୍ ଡେଲି ଷ୍ଟୋର” ଓଡ଼ିଶାର ୧୮ ନମ୍ବର ଶାଖା ଶୁଭ ଉଦ୍ଘାଟନ ହୋଇଯାଇଛି । କମ୍ପାନୀର ଏମ୍ଡି ଆର୍ଜି ଚନ୍ଦ୍ର ମୋଗନ୍ଙ୍କ ପରାମର୍ଶ କ୍ରମେ ମୁଖ୍ୟ ଅତିଥି ଭାବେ ଦିନେଶ କୁମାର ମିଶ୍ର ଏହାକୁ ଶୁଭ ଉଦ୍ଘାଟନ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବରେ କମ୍ପାନୀର ଓଡ଼ିଶା ହେଡ୍ ଅଜୟ ଚର୍ତୁବେଦି ଉଦ୍ଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବେ ହାପ୍ ଡେଲି ଷ୍ଟୋରର ଓନର ଦୀପକ କୁମାର ମିଶ୍ର, ସୁରେନ୍ଦ୍ର କୁମାର ମିଶ୍ର, ମନ୍ଦାକିନୀ ମିଶ୍ର, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପୁଷ୍ପଲତା ନାଏକ୍, ବାସନ୍ତୀ ନାଏକ୍, ଚକ୍ରାୟୁଧ ନାଏକ ଯୋଗ ଦେଇ ଶୁଭ ଉଦ୍ଘାଟନ ଅବସରରେ ଦୀପ ପ୍ରଜ୍ୱଳନ କରିଥିଲେ । ଏହି ପ୍ରଡକ୍ଟର ମିଲ୍କ କ୍ଷୀର, ଦହି, ପନିର ଓ ମିଷ୍ଟି ଦହି ସହିତ ଅରୁଣ ଆଇସ୍କ୍ରିମ୍, ହେନୋବର ଚକ୍ଲେଟ, ହାଟସନ୍ ଘିଅ, ଖାଦ୍ୟ ସାମଗ୍ରୀ ଏଠାରେ ମହଜୁଦ ରହିଥିବା ବେଳେ “ସ୍ପେସିଆଲ ହାପ୍ ଆଇସ କେକ୍” ଯେଉଁଟା କି ଆଇସ ସହିତ କେକ ଆଇଟମ ପ୍ରଥମ ଥର ଏହି କମ୍ପାନୀ ପ୍ରଡକ୍ଟ କରିଥିବା ସୂଚନା ମିଳିଛି ।