jayashree

ପଲ୍ହାଘାରି ନଷ୍ଟ, ଜମି ବାଲିଚର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଲଗାଣ ବର୍ଷାରେ ଆଗଲପୁର ବ୍ଲକରେ ଚାଷୀଙ୍କ ବହୁ କ୍ଷୟକ୍ଷତି ହୋଇଛି । ଅଙ୍ଗନଦୀ କୂଳ ଅଂଚଳ ହୋଇଥିବାରୁ ୪ରୁ ୫ ଦିନ ଧରି ଚାଷଜମି ଜଳମଗ୍ନ ରହିଥିଲା । ଫଳରେ ପଲ୍ହାଘାରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପାଣିର ସ୍ରୋତ ଚାଲୁଥିବା ଜମି ଗୁଡିକ ବାଲିଚର ହୋଇଛି । ଫଳରେ ଚାଷୀ ଚିନ୍ତାରେ ପଡିଛନ୍ତି । ଧାରକରଜ କରି ପୁଣି ଧାନ ବିହନ କିଣି ପଲ୍ହା ପକାଇବାକୁ ପ୍ରସ୍ତୁତି ଆରମ୍ଭ କରୁଥିବା ଜଣାପଡିଛି । ବିଶେଷ କରି କୁଟାସିଂହା ପଂଚାୟତର ଡୁଙ୍ଗୁରିପାଲି ଓ ତେନ୍ତୁଳିଗାଁର ଚାଷୀ ବଶିଷ୍ଠ ଛନ୍ଦ, ରାଧେ ବଢ଼େଇ, ବ୍ୟାସଦେବ ବଢ଼େଇ, ପ୍ରଫୁଲ୍ଲ ଛନ୍ଦ ଯୁବରାଜ ଧରୁଆ, ଶମ୍ଭୁ ମହାକୁର, କବିରାଜ କ୍ଷେତି, ଶୁକୃ ବିଶି, କବିରାଜ ପଧାନ, ଗଡ଼ଗଡୁ ସାହୁ, ବଳିଷ୍ଠ ସାହୁ, ରଞ୍ଜନ ସାହୁ, ଭୁତନାଥ ଛନ୍ଦ, ମହେନ୍ଦ୍ର ମହାକୁର, ଜନ୍ମେଜୟ ଛନ୍ଦ, ଚୈତନ୍ୟ ପଧାନ, ରାଧାକାନ୍ତ କଳତା, ବିଜୟ ପଧାନଙ୍କ ପଲ୍ହାଘାରି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାଇଛନ୍ତି ଓ ପ୍ରଶାସନ ଉଚିତ ତଦନ୍ତ କରି କ୍ଷତି ପୂରଣ ଯୋଗାଇ ଦେବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.